ବୁଧବାର ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରିକ୍ଷାଫଳ

ନୂଆଦିଲ୍ଲୀ- ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସଇ ର ଅଫିସିଆଲ ୱେବସାଇଟ( cbseresults.nic.in ) ଏବଂ ସରକାରୀ ୱେବ୍ ସାଇଟ ( results.gov.in ) ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ । ମାନବ ସମ୍ବଳ ବକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ସୁପ୍ରିମ କୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ସିବିଏସଇ ବୋର୍ଡ ସ୍ପଷ୍ଟ କରିଥିଲା ଯେ ଜୁଲାଇ ୧୫ ପୂର୍ବରୁ ଦଶମ ଏବଂ ଦ୍ୱାଦଶର ଫଳାଫଳ ଘୋଷଣା କରିବ । ତେବେ ସୋମବାର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବୁଧବାର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି । ଦେଖିବାକୁ ଗଲେ ଗତବର୍ଷ ଦଶମ ଶ୍ରେଣୀର ମୋଟ୍ ପାସ୍ ପ୍ରତିଶତ ୯୧.୧୦ ରହିଥିଲା । ଚଳିତ ବର୍ଷ ୧୮ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରିକ୍ଷା ଦେଇଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ସୋମବାର ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା ହୋଇଥିବା ବେଳେ ଏଥିରେ ୮୮.୭୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ଗତବର୍ଷ ତୁଳନାରେ ଏହି ଫଳାଫଳ ୫.୩୮ପ୍ରତିଶତ ଅଧିକ ରହିଛି ।

Leave A Reply

Your email address will not be published.

four − 3 =