ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ନାମଲେଖା

ଭୁବନେଶ୍ୱର- ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଅନଲାଇନ ନାମଲେଖା ପକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଓଡିଶାରେ ଥିବା ୧୦୩ ଦିବ୍ୟାଙ୍ଗ ସ୍କୁଲର ପିଲା ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ ନାମ ଲେଖା ପାଇଁ ଆଜି ଏକ ପୋର୍ଟାଲର ଉଦଘାଟନ ହୋଇଛି । ନମଲେଖା ପାଇଁ ଏକ ୱେବସାଇଟ ଜାରି କରିଛନ୍ତି ସମାଜିକ ନିରାପତା ଓ ଦିବ୍ୟାଙ୍ଗ ସଶକ୍ତି କରଣ । କୋଭିଡ -୧୯ କଟକଣା ମାନି ଏହି ନାମ ଲେଖାରେ କେବଳ ବିଦ୍ୟାଳୟ କର୍ମଚାରୀ ଓ ପିଲାମାନଙ୍କ ଅଭିଭାବକ ରହିପାରିବେ ।

Leave A Reply

Your email address will not be published.

three × five =