ଆମ୍ବୁଲାନ୍ସରେ ଛଟପଟ ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: କରୋନା ଯୋଗୁଁ ମରିଯାଇଛି ମାନବିକତା । କରୋନା ସଂକ୍ରମଣରୁ ବଳି ପଡିଛି ରୋଗୀଙ୍କ ପ୍ରତି ମନୋଭାବ । ଗଞ୍ଜାମ ଜିଳ୍ଲା ବାସୀଙ୍କ ପ୍ରତି ଏଭଳି ମନୋଭାବ ସଂଘାତିକ ରୁପନେବାକୁ ବସିଲାଣି । ଜୀବନ ବଞ୍ଚେଇବା ପାଇଁ ଗୋଟିଏ ହସପିଟାଲରୁ ଆଉଗୋଟେ ହସପିଟାଲକୁ ବାପାଙ୍କୁ ଧରି ଘୁରି ବୁଲୁଥିଲେ ପୁଅ । କେହି ଦେଖିବାତ ଦୁରର କଥା ପାଖ ବି ମାଡିଲେନି । ଗଂଜାମ ଜିଲ୍ଲାର ରୋଗୀଙ୍କୁ ଆଇସୋଲେସନ ପାଇଁ ବ୍ୟବସ୍ଥା ନାହିଁ କହି ଫେରାଇଦିଆଗଲା । ଦୀର୍ଘ ୩ଘଂଟା କାଳ ଆମ୍ବୁଲାନ୍ସରେ ଛଟପଟ ହୋଇ ଶେଷରେ ଜୀବନ ହାରିଲେ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବା ଜଣେ ବୃଦ୍ଧା ଶେଷରେ ଚିକିତ୍ସା ନପାଇ ଆଖି ବୁଜିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ବ୍ରହ୍ମପୁର ତୁଳସୀନଗର-୬ ଲାଇନରେ ରହୁଥିବା ବିଶିଷ୍ଟ ଲୁଗା(ହୋଲସେଲ)ବ୍ୟପାରୀ ନରସିଂହ କୁଣ୍ଡୁ (୭୬) ୬ମାସ ତଳେ ମସ୍ତିସ୍କାଘାତ (ବ୍ରେନ ଷ୍ଟ୍ରୋକ)ର ଶିକାର ହୋଇଥିଲେ । ସେତେବେଳେ ସେ ବ୍ରହ୍ମପୁରର ବଡ ଡାକ୍ତରଖାନାରେ ଭର୍ତି ହୋଇଥିଲେ । କିଛି ଦିନ ରହିବା ପରେ ସୁସ୍ଥ ହୋଇଘରକୁ ଫେରିଥିଲେ । ୧୫ ଦିନ ତଳେ ପୁଣି ଥରେ ବ୍ରେନ ଷ୍ଟ୍ରୋକ ହୋଇଥିଲା । ତିନିଦିନ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଆଜି ସକାଳୁ ସେ ଗୁରୁତର ହୋଇପଡିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସକାଳ ୮ଟାରେ ତାଙ୍କୁ ବ୍ରହ୍ମପୁରରୁ ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଇଥିଲା । ପୂର୍ବାହ୍ନ ୧୧ଟା ୨୦ମିନିଟରେ ଭୁବନେଶ୍ୱର ସ୍ଥିତ ଆପୋଲ ହସପିଟାଲରେ ପହଞ୍ଚିଥିଲେ । ଆପୋଲ ହସପିଟାଲର କର୍ମଚାରୀମାନେ ରୋଗୀ ଗଂଜାମରୁ ଅସିଥିବା ଜାଣିବା ପରେ ହସପିଟାଲରେ ଭର୍ତି କରିବା ତ ଦୁରରକଥା ବାହାରୁହିଁ ଫେରାଇ ଦେଇଥିଲେ । ନରସିଂହଙ୍କ ପୁଅ ଚୈତନ୍ୟ କୁଣ୍ଡୁ ହସପିଟାଲର କର୍ମଚାରୀଙ୍କୁ ଯେତେ କାକୁତିମିନତି ହେଲେ ମଧ୍ୟ କିଛି ଶୁଣିଲେ ନାହିଁ । ସେଠାରୁ ଫେରି ଆଉଏକ ଘରୋଇ ମେଡିକାଲ ଆମ୍ରି ହସପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତର ଜଣକ ଗଂଜାମ ଜିଲ୍ଲା ରୋଗୀଙ୍କ ପାଇଁ ଆଇସୋଲୋସନ ସୁବିଧା ନାହିଁ କହି ଫେରାଇଦେଲେ । ପରେ କିମସ୍ ହସପିଟାଲ ଯାଇ ପହଞ୍ଚିଲେ । ସେଠାରେ ପ୍ରାୟ ୪୫ ମିନିଟ ଅପେକ୍ଷା କରି ନିରାଶ ହେବାକୁ ପଡିଥିଲା ।

Leave A Reply

Your email address will not be published.

five × two =