ସୁନାଚେନ, ପର୍ସ ଓ ମୋବାଇଲ ଲୁଟ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ଦିନକୁ ଦିନ ବଢିଚାଲିଛି ଅପରାଧ । ପୋଲିସ କରୋନା ମୁକାବିଲା ପାଇଁ କାର୍ଯ୍ୟବ୍ୟସ୍ତ ଥିବା ବେଳେ ଅପରାଧି ମାନେ ଏହାର ସୁଯୋଗନେଇ ଅପରାଧ ଘଟାଉଥିବାର ଦେଖାଯାଉଛି । ସୂଚନା ମୁତାବକ ଆଜି ସକାଳ ୫.୫୫ ମିନିଟ ସମୟରେ ବାରିପଦା ରଘୁନାଥପୁର ଅଂଚଳର ଅରୁଣ କୁମାର ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ରୁପେନ୍ଦ୍ର କୁମାର ସିଂ ନାମକ ଜଣେ ଯୁବକ ବାରିପଦା କଚେରୀ ମାର୍କେଟ ପାଖକୁ କଥା ହେବା ପାଇଁ ଫୋନରେ ଡାକି ଥିଲେ । ଅରୁଣ କଚେରି ମାର୍କେଟ ପାଖରେ ପହଂଚିବାରୁ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୫/୬ ଜଣ ଯୁବକ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ତାଙ୍କର ସୁନା ଚେନ, ପର୍ସ ଓ ମୋବାଇଲ ଛଡାଇ ନେଇ ଏକ ଗାଡିରେ ପଳାଇ ଯାଇଥିବାର ଅଭିଯୋଗ ବାରିପଦା ଟାଉନ ଥାନାରେ ହୋଇଥିବାର ଜଣାଯାଇଛି । ପୋଲିସ ଅଭିଯୋଗ ମୂଳେ ପି.ଏସ. କେସ ନଂ-୪୪୬ ତା ୧୨/୭/୨୦ ନମ୍ବର ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୪୧/୩୨୩/୩୨୪/୫୦୬/୩୪ ରେ କେସ ରୁଜୁକରି ମାମଲାର ଅଧିକ ତଦନ୍ତ ଚଳାଇଥିବା ବେଳେ ମୁଖ୍ୟ ଆସାମୀ ରୁପେନ୍ଦ୍ର କୁମାର ସିଂ ଙ୍କ ସହିତ ଅନ୍ୟ ୨ଜଚ୍ଚଙ୍କୁ ଗିରଫ କରିଥିବାର ଜଣାଯାଇଛି ।

Leave A Reply

Your email address will not be published.

5 × 3 =