ଅମାନିଆଙ୍କୁ ସାବାଡ଼ କଲା ଜିଲ୍ଳା ପ୍ରଶାସନ

ଯାଜପୁର : ଜିଲ୍ଳାରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି । ରବିବାର ଦଶରଥପୁର ବ୍ଲକ୍ ଅଂଚଳରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଖୋଦ ଜିଲ୍ଳାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ସ୍ଥାନୀୟ ପୁଲିସ ବାହିନୀ ସଦଳବଳେ ବ୍ଲକର ପ୍ରମୁଖ ସ୍ଥାନ ମାନଙ୍କରେ ଅମାନିଆଙ୍କୁ ତାଗିଦ କରିବା ସହ ଜୋରିମାନା ଆଦାୟ କରିଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ଓ ମୁହଁରେ ମାସ୍କ ବ୍ୟବହାର ନ କରି ବଜାର ରାସ୍ତାରେ ବିନା କାରଣରେ ଟହଲ ମାରୁଥିବା ଅମାନିଆଙ୍କୁ ଜୋରିମାନା କରାଯାଇଛି । ରବିବାର ପୂର୍ବାହ୍ନରେ ଜିଲ୍ଳାପାଳ ଝୁମ୍ପୁରୀ ବଜାର ପେଟ୍ରୋଲ ପମ୍ପ, ଝୁମ୍ପୁରୀ ବଜାର, ବ୍ଲକ୍ ଛକ, ମଙ୍ଗଳପୁର ଆଦି ବଜାର ମାନଙ୍କରେ ଅମାନିଆଙ୍କୁ କୋଭିଡ଼ କଟକଣା ଉଲଙ୍ଗନ ଅଭିଯୋଗରେ ଜୋରିମାନା କରିବା ସହ ନିୟମ ମାନି ଚଳିବାକୁ ତାଗିଦ୍ କରିଥିଲେ । ଏହି ସମୟରେ କଟକଣା ଉଲଙ୍ଗନ କରି ଏକ ବିଭାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବୋଲେରୋ ଗାଡ଼ି ଓଆର-୦୫ ଏଏନ୍-୯୫୭୯ ରେ ବସି ଯାଉଥିବା ୯ ଜଣ ଯାତ୍ରୀଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ଗାଡ଼ି ଚାଳକଙ୍କୁ ଜିଲ୍ଳାପାଳ ଶ୍ରୀ ଦାସ ପୂନର୍ବାର ଭୁଲ ଦୋହରାଇଲେ ଲାଇସେନସ୍ ରଦ୍ଧ କରିବାକୁ ଚେତାବନୀ ଦେଇଥିଲେ ।ାଇଛି ।

Leave A Reply

Your email address will not be published.

twelve + 12 =