୩ ମହାରଥି ମୁହାଁମୁହିଁ

ନୂଆଦିଲ୍ଲୀ :ମହାମାରୀ କୋରନା କାୟା ଭିତରେ ରାଜନୀତିର ହଟ୍ସ୍ପଟ୍ ପାଲଟିଛି ରାଜସ୍ଥାନର କୋଟା ।ଏଠାରେ ଫସିଥିବା ୩୫ ହଜାର ଡ଼ାକ୍ତର ଓ ଇଞ୍ଜିନିୟରିଂ ଛାତ୍ରଙ୍କୁ ସେମାନଙ୍କ କୁ ଫେରେଇବା ନେଇ ଜୋର୍ ଧରିଛି ରାଜନୀତି ।ଏନେଇ ବିହାର ମୂଖ୍ୟମନ୍ତ୍ରୀ ନୀତୀଶ କୁମାର , ଉତରପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜସ୍ଥାନର ମୂଖ୍ୟମନ୍ତ୍ରୀଙ୍କ ଅଶୋକ ଗେହଲଟ୍ଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଛାତ୍ର୍ରମାନେ ନିଜ ରାଜ୍ୟକୁ ଫେରିବା ପାଇଁ ସୋସିଆଲ ମିଡ଼ିଆରେ ଜୋର୍ଦାର୍ ଅଭିଜାନ ଚଳାଇବା ପରେ ,ବର୍ତମାନ ଉତରପ୍ରଦେଶର ସରକାର କୋଟାକୁ ବସ୍ ପଠାଇ ଛାତ୍ର ମାନଙ୍କୁ ଫେରାଇ ଆଣୁଛନ୍ତି ।ବିହାର ମୂଖ୍ୟମନ୍ତ୍ରୀ ଏହାକୁ ବିରୋଧ କରି କହିଛନ୍ତି ଲକ୍ଡ଼ାଉନକରେ ଶହ ଶହ ବସ୍ର ବ୍ୟବହାର କରିବା ଆଦୈାଗ୍ରହଣୀୟ ନୁହେଁ ।
ତେବେ ଲକ୍ଡ଼ାଉନ୍ ରେ ଛାତ୍ରଛାତ୍ରୀ ମାନେ ଖାଦ୍ୟପେୟ ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥବାରୁ ୟୁପି ସରକାର ତାଙ୍କୁ ଘରକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ଯାହାକୁ ବିହାରର ଛାତ୍ରମାନେ ସମର୍ଥନ କରିବା ସହ ବିହାର ସରକାର ମଧ୍ୟ ସୋନଙ୍କୁ ତୁରନ୍ତ ଘରକୁ ପଠାଇବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହାକୁ ମଧ୍ୟ ବିଏସ୍ପି ସୁପ୍ରିମୋ ମାୟାବତୀ ସ୍ୱାଗତ କରିଛନ୍ତି । ରାଜସ୍ଥାନ ମୂଖ୍ୟମନ୍ତ୍ରୀ ଯୋଗୀଙ୍କୁ ସମର୍ଥନ କରିବା ନେଇ ନୀତୀଶ ଅଡ଼ୁଆରେ ପଡ଼ିଛନ୍ତି ।ଏନେଇ ବୀରୋଧି ଦଳ ନେତା ତେଜସ୍ୱୀ ଯାଦବ ତାଙ୍କୁ ଘେରିଛନ୍ତି ।ସରକାର ପ୍ରବାସୀ ଶ୍ରମିକ ଏବଂ ଛାତ୍ରଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦହୀନ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

19 − eight =