ଆଜି ବିଶ୍ୱ ଦକ୍ଷତା ଦିବସ: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ- କରୋନା ସଙ୍କଟ ବିଶ୍ୱର ସଂସ୍କୃତି ସହିତ ଚାକିରିର ପ୍ରକୃତିକୁ ବଦଳାଇ ଦେଇଛି । କିନ୍ତୁ ଆମ ଯୁବପିଢି ପ୍ରତିଦିନ ବଦଳୁଥିବା ସମୟ ସହିତ ନୂଆ ଦକ୍ଷତାକୁ ବି ଶିଖୁଛନ୍ତି । ସମୟ ଅନୁସାରେ ଦକ୍ଷତାକୁ ବଦଳାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ବିଶ୍ୱ ଦକ୍ଷତା ଦିବସରେ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି । ଲୋକମାନେ ମୋତେ ଚାରୁଛନ୍ତି ଯେ ଆଜିର ସମୟରେ ବାଣିଜ୍ୟ ଏବଂ ବଜାର ଏତେ ଦୃତଗତିରେ ବଦଳୁଛି ଯେ ସେମାନେ କିପରି ପ୍ରଭାବଶାଳୀ ରହିବେ ତାହା ବୁଝିପାରୁ ନାହାନ୍ତି । ମୁଁ ଏହାର ଗୋଟିଏ ଉତର ଦେଉଛି ଯେ, ପପ୍ରଭାବୀ ରହିବାର ମନ୍ତ୍ର ହେଉଛି ସ୍କିଲ୍, ରି-ସ୍କିଲ୍ ଏବଂ ଅପ୍ସ୍କିଲ । ଏହାର ଅର୍ଥ ହେଉଛି ଦକ୍ଷତା, ପୁନଃ ଦକ୍ଷତା ଏବଂ ଅତିରିକ୍ତ ଦକ୍ଷତା ପାଇଁ ଶିକ୍ଷା । ମୋଦୀ ଆହୁରୀ ମଧ୍ୟ କହିଛନ୍ତି , ଦକ୍ଷତାର ଶକ୍ତି ମଣିଷକୁ କେଉଁଠୁ ନେଇ କେଉଁଠାରେ ପହଂଚାଇ ଦେଇପାରେ । ଜଣେ ସଫଳ ବ୍ୟକ୍ତିର ବହୁତ ବଡ ଗୁଣ ହେଉଛି ସେ ନିଜର ଦକ୍ଷତା ବୃଦ୍ଧିର କୌଣସି ଅବସର ହାତଛଡା କରେନାହିଁ । ଦକ୍ଷତା ପ୍ରତି ଯଦି ଆପଣଙ୍କଠାରେ ଆକର୍ଷଣ ନାହିଁ , କିଛି ନୂଆ ଶିଖିବାର ଆଗ୍ରହ ନାହିଁ , ତେବେ ଜୀବନ ଅଟକିଯାଏ । ସେହି ବ୍ୟକ୍ତି ନିଜର ବ୍ୟକ୍ତିତ୍ୱକୁ ହିଁ ବୋଝ ବୋଲି ଭାବିନିଏ । ଅନୁଭବ ସହିତ ଦକ୍ଷତା ବଢିଥାଏ । ସମୟ ଅନୁସାରେ ଏହା ମାର୍ଜିତ ହୋଇଥାଏ । ଦକ୍ଷତା ଅଦ୍ୱିତୀୟ ଏହା ଆପଣଙ୍କୁ ଅନ୍ୟଠାରୁ ଭିନ୍ନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଭାରତରେ ଜ୍ଞାନ ଏବଂ ଦକ୍ଷତା ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି , ତାହାକୁ ବୁଝି କାର୍ଯ୍ୟ କରାଯାଉଛି । ଏହି ଚିନ୍ତାଧାରା ସହିତ ଆଜକୁ ୫ବର୍ଷ ତଳେ ଆଜିର ଦିନରେ ସ୍କିଲ ଇଣ୍ଡିଆ ମିଶନ ଆରମ୍ଭ କରାଯାଇଥିଲା ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.

7 + 9 =