ନୂଆଦିଲ୍ଲୀ- ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଅନାବଶ୍ୟକତା ଭଳି ବିଭିନ୍ନ କାରଣ ଉପରେ ଆଧାର କରି ଏୟାର ଇଣ୍ଡିଆ କର୍ମଚାରୀ ଚିହ୍ନଟ ପ୍ରକ୍ରିୟା କରିଛି । ଏହି କର୍ମଚାରୀମାଙ୍କୁ ବିନା ଦରମାରେ ୫ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଯିବାକୁ ନିଷ୍ପତି ହୋଇଛି ବୋଲି କହିଛନ୍ତି ଏୟାର ଇଣ୍ଡିଆ ମୁଖ୍ୟ ରାଜୀବ ବନସଲ୍ । ବିମାନର ପରିଚାଳନା ବୋର୍ଡ ଏହାର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦେଶକ ରାଜୀବ ବନସାଲଙ୍କୁ କର୍ମଚାରୀମାନଙ୍କ ଦକ୍ଷତା ଓ ସ୍ୱାସ୍ଥ୍ୟ ଆଧାରରେ ୬ମାସରୁ ୫ବର୍ଷ ପର୍ଯ୍ୟନ୍ତ ଛୁଟି ପ୍ରଦାନ କରିବାକୁ ଅନୁମତି ଦେଇଛି । ଏହି ଛୁଟି ଅବଧିରେ କର୍ମଚାରୀମାନଙ୍କୁ ଦରମା ଦିଆଯିବ ନାହିଁ । ପ୍ରତ୍ୟେକ କର୍ମଚାରୀମାନଙ୍କ ଦକ୍ଷତା ଆକଳନ କରି ସେମାନଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ବୋଲି ମଙ୍ଗଳବାର ଦିନ ଏକ ନିର୍ଦେଶରେ ପରିଚାଳନା ବୋର୍ଡ କହିଛି । ତେବେ କରୋନା ମହାମାରୀ ଯୋଗୁ ଭାରତ ଏବଂ ଅନ୍ୟ ଦେଶରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ବିମାନ ଚଳାଚଳ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି ଭାରତର ସମସ୍ତ ଏୟାଲାଇନ୍ସ ନଗତ ଖର୍ଚ୍ଚକୁ ବଂଚାଇବା ପାଇଁ ଦରମା ହ୍ରାସ ଏବଂ କର୍ମଚାରୀଙ୍କୁ ଛୁଟିରେ ଯିବା ପରି ପଦକ୍ଷେପ ଗ୍ରହଣ କରିଛି କରୋନାଭାଇରସ୍ ମହାମାରୀ ହେତୁ ଦୁଇ ମଙ୍କସର ବ୍ୟବଧାନ ପରେ ଭାରତ ମେ ୨୫ରୁ ଘରୋଇ ଯାତ୍ରୀ ବିମାନ ଚଳାଚଳ ଆରମ୍ଭ କରିଛି । ଏହା ସତ୍ୱେ ବର୍୍ମାନ ସୁଦ୍ଧା ମାତ୍ର ୪୫ପ୍ରତିଶତ ବିମାନ ଚଳାଚଳ କରୁଛି । ଆନ୍ତର୍ଜାତିକ ଯାତ୍ରୀ ବିମାନ ବନ୍ଦ ରହିଛି । ସଙ୍କଟ କାରଣରୁ ୨୦୧୯ ତୁଳନାରେ ଭାରତୀୟ ପରିବହନକାରୀଙ୍କ ପାଇଁ ବିମାନ ଯାତ୍ରା ପାଇଁ ଯାତ୍ରୀଙ୍କ ଚାହିଦା ୨୦୨୦ରେ ୪୯ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ ପରେ ଏୟାର ଇଣ୍ଡିଆ ଏପରି ପଦକ୍ଷେପ ଗ୍ରହଣ କରିଛି ।