ଭିତରକନିକା ନଦୀନାଳରେ ୧୦୩ ବଉଳା କୁମ୍ଭୀର ବସା

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୦୩ଟି ବସାରେ ଅଣ୍ଡା ଦେଇଥିବା ରାଜନଗର ଡିଏଫ୍ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଭିତରକନିକାର କନିକା ରେଂଜ୍ରେ ୯୦ଟି, ରାଜନଗର ରେଂଜ୍ରେ ୯ଟି, ଗହୀରମଥା ରେଂଜ୍ରେ ୨ଟି ଓ ମହାକାଳପଡ଼ା ରେଂଜ୍ରେ ୪ଟି କୁମ୍ଭୀର ବସା ଚିହ୍ନଟ ହୋଇଛି । କନିକା ରେଂଜ୍ର ଭିତରକନିକା ଫରେଷ୍ଟବ୍ଲକ, ଡାଙ୍ଗମାଳ ଫରେଷ୍ଟବ୍ଲକ ଗଂଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରୀରେ ଅଧିକ ସଂଖ୍ୟାକ କୁମ୍ଭୀର ବସା ଚିହ୍ନଟ ହୋଇଛି । ଗତବର୍ଷ ୧୦୩ଟି ମୁମ୍ଭୀର ବସା ଚିହ୍ନଟ ଅଧିକ ସଂଖ୍ୟକ କୁମ୍ଭୀର ବସା ଚିହ୍ନଟ ହୋଇଛି । ଗତବର୍ଷ ୧୦୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୦୩ରେ ସୀମିତ ରହିଛି । ଗତବର୍ଷ କନିକା ରେଂଜ୍ରେ ୯୧ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଏ ବର୍ଷ ୯୦ଟି ଓ ଗହୀରମଥା ରେଂଜ୍ରେ ଗତବର୍ଷ ଗୋଟିଏ କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଏଥିର ଦୁଇଟି କୁମ୍ଭୀର ବସା ଚିହ୍ନଟ ହୋଇଛି । ୨୦୧୮ରେ ୧୦୧ଟି, ୨୦୧୭ରେ ୮୦ଟି ଓ ୨୦୧୬ରେ ୭୫ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା ବୋଲି ଡିଏଫ୍ଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

twenty − one =