ସରକାରୀ ଅଫିସରେ ଲୋକଙ୍କ ପ୍ରବେଶ ମନା

ଜଗତସିଂହପୁର: କରୋନା ଭୂତାଣୁ କୋଭିଡ୍-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜନସାଧାରଣଙ୍କ ଜ଼ିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତର ରହିବ । ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତି ଅଭିଯୋଗ ଓ ସମସ୍ୟା ଗୁଡିକୁ ଇ-ଅଭିଯୋଗ କିମ୍ବା ସୋସିଆଲ୍ ମିଡିଆ ଅଥବା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ହ୍ୱାଟସ୍ଅପ୍ ମାଧ୍ୟମରେ ଜଣାଇଲେ ଏହାର ତୁରନ୍ତ ସମାଧାନ କରାଯିବ । ସଂପୃକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ଡ୍ରପବାକ୍ସ ମାଧ୍ୟମରେ ମଧ୍ୟ ସେମାନଙ୍କର ଆପତି ଅଭିଯୋଗ ଓ ସମସ୍ୟା ସଂପର୍କରେ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହି ବ୍ୟବସ୍ଥା ଜନସାଧାରଣ ଓ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅତ୍ୟାବଶ୍ୟକ ଅଟେ । ଜ଼ିଲ୍ଲାର ବୁଦ୍ଧିଜୀବୀ,ଜନସାଧାରଣ,ସମାଜର ସମସ୍ତ ବର୍ଗର ଲୋକମାନେ ଜ ପ୍ରଶାସନକୁ ଏ ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ,ସ୍ୱରାଷ୍ଟ୍ର ମନ୍ତ୍ରାଳୟ,ଭାରତ ସରକାର ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିଦେ୍ର୍ଧଶ ମୁତାବକ ଏବଂ ସାରା ବିଶ୍ୱରେ କରୋନା ମହାମାରୀର ଦୁ୍ରତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟର ବିଭିନ୍ନ ହଟସ୍ପଟ/ଅଂଚଳରୁ ଜିଲ୍ଲ୍ାକୁ ଅନାବଶ୍ୟକ ଯିବା ଆସିବା ଉପରେ କଟକଣା ଜାରୀ କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଏବଂ କୋଭିଡ୍-୧୯ ର ଦୁ୍ରତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରୀ କରାଯାଇଛି । ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଅନାବଶ୍ୟକ ଭାବେ ହଟସ୍ପଟ ଅଂଚଳରୁ ଜଗତସିଂହପୁର ଜ଼ିଲ୍ଲାକୁ ଚଳ ପ୍ରଚଳ ଉପରେ କଟକଣା ଜାରୀ କରାଯାଇଛି । ସମସ୍ତ ଅତ୍ୟାବଶ୍ୟକ,ଅନୁମତି ପ୍ରାପ୍ତ ,ଜରୁରୀ ଚିକିତ୍ସା କ୍ଷେତ୍ରରେ ଏହି କଟକଣା ଲାଗୁ ହେବ ନାହିଁ । କୈାଣସି ବ୍ୟକ୍ତି ବିନା ଅନୁମତିରେ ପ୍ରତିଦିନ ହଟସ୍ପଟ ଅଂଚଳରୁ ଜ଼ିଲ୍ଲାକୁ ଯିବା ଆସିବା ନକରିବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି । କୈାଣସି ଅଧିକାରୀ/କର୍ମଚାରୀ ଅନ୍ୟ ଜ଼ିଲ୍ଲାରୁ ଜଗତସିଂହପୁର ଜ଼ିଲ୍ଲାକୁ ଯିବା ଆସିବା କରିପାରିବେ ନାହିଁ । ସମସ୍ତ ବୋଝୋଇ ହୋଇଥିବା କିମ୍ବା ଖାଲିଥିବା ମାଲବାହୀ ଗାଡି ଜିଲ୍ଲାକୁ ଯିବା ଆସିବା ଉପରେ କଟକଣା ରହିବ ନାହିଁ । ଅଣ ଅତ୍ୟାବଶ୍ୟକ ଯିବା ଆସିବା ପାଇଁ ସଂପୃକ୍ତ ଅଂଚଳର ତହସିଲଦାରଙ୍କ ଠାରୁ ଅନୁମତି ପତ୍ର ନେବାକୁ ପଡିବ ।

Leave A Reply

Your email address will not be published.

16 − 3 =