ମୁକ୍ତାକାଶ ଆଶ୍ରମରୁ ମୁକ୍ତି ପାଇଲେ ୭ ଅନ୍ତେବାସୀ

ମେଣ୍ଢାଶାଳ- ଖୋର୍ଦ୍ଧା ଜିଲ୍ଳା ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ (ଆଶ୍ରମ)ରୁ ୭ ଜଣ ଅନ୍ତେବାସୀଙ୍କୁ ମୁକୁଳିଚନ୍ତି ଦୀର୍ଘବର୍ଷର କାରାବାସରୁ ମୁକ୍ତି ମିଳିଛି । କାରାବାସର ଶେଷ ପର୍ଯ୍ୟାୟ ଏହି ଆଶ୍ରମରେ ବିତାଇବା ପରେ ସେମାନଙ୍କ ନିଜ ଜୀବନଯାପନ ପ୍ରଣାଳୀରେ ସ୍ଥାୟୀ ପରିବର୍ତନ ଲକ୍ଷ୍ୟ କରାଯିବାରୁ ସେମାନଙ୍କୁ ସବୁଦିନ ପାଇଁ ମୁକ୍ତି ଦିଆଯାଇଛି ବୋଲି ମୁକ୍ତକାଶ ଆଶ୍ରମ ପକ୍ଷରୁ ସୂଚନା ମିଳିଛି । ମୁକ୍ତାକାଶ ଆଶ୍ରମ ଅଧ୍ୟକ୍ଷ ସତ୍ୟପ୍ରକାଶ ସ୍ୱାଇଁଙ୍କ ସୂଚନାନୁସାରେ ଫେବ୍ରୁଆରି ମାସରୁ ମୁକ୍ତି ପାଇବାକୁ ଥିବା ଅନ୍ତେବାସୀଙ୍କ ଚିଠା ତାଲିକା ପ୍ରସ୍ତୁତ କରାଯାଇଥିଲା । ମହାମାରୀ କରୋନା ପାଇଁ ଏହି ନିଷ୍ପତି କିଛି ଦିନ ପାଇଁ ବିଳମ୍ବିତ ହୋଇଥିଲା । ତେବେ ନିଦେ୍ର୍ଧଶ ଆସିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ମୁକ୍ତି ପାଇଥିବା ଅନ୍ତେବାସୀମାନେ ହେଲେ, ଅନୁଗୁଳ ଜେଲ୍ରୁ ଆସିଥିବା ପ୍ରଦୀପ କୁମାର ସହୁ, ୨୦୧୭ ମସିହାରେ ସମ୍ବଳପୁର ଜେଲ୍ରୁ ଆସିଥିବା କାର୍ତିକ, ମୁଣ୍ଡା, ୨୦୧୬ ମସିହାରେ କଟକ ଜେଲ୍ରୁ ଆସିଥିବା ଅରୁଣ କୁମାର ସାହୁ, ୨୦୧୩ ମସିହାରେ କୋରାପୁଟ ଜେଲ୍ରୁ ଆସିଥିବା ଭକ୍ତ ଗୌଡ଼, ୨୦୧୫ରେ ବୌଦ୍ଧ ଜେଲ୍ରୁ ଆସିଥିବା କାଳୀଚରର ନାୟକ, ୨୦୧୯ରେ ଅନୁଗୁଳ ଆସିଥିବା ରମେଶ ପୋଡ଼, ୨୦୧୫ରେ ଢେ଼ଙ୍କାନାଳରୁ ଆସିଥିବା ତ୍ରିନାଥ ନାୟକ । ଆଜୀବନ କାରାବାସରେ ଦଣ୍ଡିତ ହୋଇ ଜେଲ୍ରେ ଦୀର୍ଘ ବର୍ଷ ସଜା କାଟିବା ପରେ ଏମାନେ ଶେଷ ପର୍ଯ୍ୟାୟରେ ଜାମୁଝରୀ ଆଶ୍ରମକୁ ଆସିଥିଲେ । କାରବାସ ସମୟରେ ଏମାନଙ୍କ ଆଚର ବ୍ୟବହାରେ ବ୍ୟାପକ ପରିବର୍ତନ ଲକ୍ଷ୍ୟ କରି ଏମାନଙ୍କୁ ଏଠାକୁ ପଠାଯାଇଥିଲା । ଏହି ଆଶ୍ରମରେ ମଧ୍ୟ ଏମାନଙ୍କ ଚାଲିଚଳଣରେ ବହୁ ମାତ୍ରାରେ ସୁଧାର ଆସିଥିବା ଦେଖାଯିବା ପରେ ଏମାନଙ୍କୁ ସବୁଦିନ ପାଇଁ ମୁକ୍ତ୍ି ଦିଆଯାଇଛି । ଏହି ୭ ଜଣଙ୍କ ମୁକ୍ତି ପରେ ଏବେ ଜାମୁଝାରୀ ମୁକ୍ତାକାଶ ଜେଲ୍ରେ ଆଉ ୩୫ ଜଣ ଅନ୍ତେବାସୀ ରହିଛନ୍ତି ବୋଲି ଜେଲର ସ୍ମିତା ମହାନ୍ତି ପାକାଶ କରିଛନ୍ତି ।

Leave A Reply

Your email address will not be published.

two × four =