ବ୍ରହ୍ମପୁର- କୋଭିଡ କେୟାର ସେଂଟରରେ ଅବବ୍ୟସ୍ଥା ଅଭିଯୋଗ । ପିଇବା ପାଣି ମିଳୁନି କି ସଫ ମଧ୍ୟ ହେଉ ନାହିଁ । ଏନେଇ ଅଭିଯୋଗ କଲେ ଦୃବ୍ୟବହାର କରାଯାଉଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପାଲୁର ହିଲସ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରୁ । ଏହି କୋଭିଡ କେୟାରରେ ୫୫୦ କରୋନା ଆକ୍ରାନ୍ତ ରହିଛନ୍ତି । ସମସ୍ତଙ୍କ ପାଇଁ ଦୁଇଟି ଆକ୍ୱାଗାର୍ଡ ରହିଛି । ଅଧିକାଂଶ ସମୟରେ ବିଦ୍ୟୁତ କାଟ ହେଉଥିବାରୁ ଲୋକମାନେ ପାଣି ପିବାକୁ ହନ୍ତସନ୍ତ ହେଉଛନ୍ତି । ଅଧିକାଂଶ ରୋଗୀ ଗରମ ପାଣିର ଆବଶ୍ୟକତା କୁରୁଛନ୍ତି କିନ୍ତୁ ସୋମନଙ୍କୁ ଗରମ ପାଣି ଯୋଗାଇ ଦିଆଯାଉ ନାହିଁ । ପାଇଖାନା ଓ ଗାଧୁଆ ଘର ଠକ୍ ଭାବେ ସଫା କରାଯାଉ ନାହିଁ । ମହିଳାଙ୍କ ଗାଧୁଆ ଘରେ ପୁରୁଷ ମାନେ ଗାଧଉଛନ୍ତି । ଏମିତିକି ବେଳେ ବେଳେ ଟ୍ୟାପରେ ପାଣି ଆସୁ ନାହିଁ । ଏହି ସେଂଟରେରେ ବହୁ ଡାଇବେଡିସ ରୋଗୀ ଅଛନ୍ତି । ସେମାନେ ରୁଟି ପାଇଁ ଦାବି କରୁଥିବା ସ୍ୱତେ ସେମାନଙ୍କୁ ରୁଟି ଦିଆ ଯାଉ ନାହିଁ । ଖାଇସାରିିବା ପରେ ପ୍ଲେଟ ପକାଇବା ପାଇଁ କୌଣସି ଡଷ୍ଟବିନର ସୁବିଧତା ନାହିଁ । ଖଇବା ପତ୍ର ଏଣେ ତେଣେ ପଡୁଥିବାରୁ ମଶା, ମାଛି ବୃଦ୍ଧି ପାଉଛନ୍ତି । ଜଣେ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଏଇଟା କରୋନା କିୟୋର ନା କରୋନା କ୍ରିଏଟ ହସ୍ପିଟାଲ । ଏହି ଘଟଣା ଜିଲ୍ଲା ପ୍ରଶାସନଙ୍କ ପାଖରେ ପଂହଚିବା ପରେ ବ୍ରହ୍ମପୁର ଅତିରିକ୍ତ ଉପଜିଲ୍ଲାପାଳ ସେଠାକୁ ଯାଇ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏଯାବତ୍ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।