କଳାହାଣ୍ଡିର ବିକୃତ ଛବି

ଭବାନୀପାଟଣା: ଏନସିଆରଟି ଦ୍ୱାରା ପ୍ରସ୍ତୁତ ପଂଚମ ଶ୍ରେଣୀ ଇଭିଏସ୍ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ଭୂଲ ତଥ୍ୟ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ସମଗ୍ର କଳାହାଣ୍ଡିକୁ ଦାରିଦ୍ର୍ୟ ଓ ଅନାହାର ଭୂଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି । ଏହି ଜିଲ୍ଲାର ଲୋକମାନେ ଖାଇବାକୁ ନପାଇ ପତ୍ର ଓ କନ୍ଦା ଖାଉଛନ୍ତି ବୋଲି ଦର୍ଶାଯାଇଛି । ଯାହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ତମାନ ସ୍ଥିତିରେ କଳାହାଣ୍ଡି ହେଉଛି ରାଜ୍ୟର ଦ୍ୱିତୀୟ ବୃହତମ ଧାନ ଉତ୍ପାଦନକାରୀ ଜିଲ୍ଲା, ଏବଂ ରାଜ୍ୟର ଶ୍ରେଷ୍ଟ କପା ଉତ୍ପାଦନକାରୀ ଜିଲ୍ଲା। କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ଏନସିଆରଟି ଦ୍ୱାରା ପ୍ରସ୍ତୁତ ପାଠ୍ୟପୁସ୍ତକରେ କଳାହାଣ୍ଡିର ବାସ୍ତବ ଚିତ୍ରକୁ ବିକୃତ କରିଥିବାରୁ , ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ କେନ୍ଦ୍ର ମାନବ ସମ୍ବଳ ବିଭାଗ ଏହି ପାଠ୍ୟପୁସ୍ତକର ପ୍ରତ୍ୟାହାର କରନ୍ତୁ , ନଚେତ୍ କଳାହାଣ୍ଡିବାସୀ ରାଜରାସ୍ତାକୁ ଆସି ଆନେ୍ଦାଳନ କରିବେ ବୋଲି ବୁଦ୍ଧିଜୀବୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

twelve − 7 =