ଫୁଟବଲ୍ ଖେଳାଳି ସୟଦ ସାହିଦଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିଆନ ଫୁଟବଲ୍ ଖେଳାଳି ସୟଦ ସାହିଦ ହାକିମ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହାକିମ୍ଙ୍କୁ ଏବେ ୮୧ ବର୍ଷ ହୋଇଛି । ସେ ହାଇଦ୍ରାବାଦର ଏକ କ୍ୱାରେଂଟାଇନ୍ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ସୂଚନା ଦେଇଛନ୍ତି । ଭାରତୀୟ କ୍ରୀଡା ପ୍ରାଧିକରଣର ମୁଖ୍ୟ ଯୋଜନା ନିର୍ଦେଶକ ଭାବେ ହାକିମ କାର୍ଯ୍ୟ କରୁଥିଲେ । ଫୁଟବଲ କ୍ୟାରିୟରରେ ହାକିମ ବହୁ ସଫଳତା ହାସଲ କରିଥିଲେ । ଯେଉଁଥିପାଇଁ ତାଙ୍କୁ ୨୦୧୭ରେ ଧ୍ୟାନଚନ୍ଦ୍ର ପୁରସ୍କାର ମିଳିଥିଲା ।

Leave A Reply

Your email address will not be published.

three × 4 =