ମୁମ୍ବାଇ: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏଥିପାଇଁ ସୈାରଭ ଗାଙ୍ଗୁଲି ଏବେ ହୋମ୍ କ୍ୱାରେଂଟାଇନ୍ ରେ ଅଛନ୍ତି । ସ୍ନେହାଶିଷ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲର ସହସମ୍ପାଦକ ଅଛନ୍ତି । ସେ ବଙ୍ଗଳା ପାଇଁ ୫୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି ।