ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ଗୁରୁବାର ରାଜ୍ୟରେ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୪୦୧ ଜଣ ସଂକ୍ରମିତ। ଯାଜପୁର ଜିଲାରୁ ସର୍ବାଧିକ ୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୮୪, ସୁନ୍ଦରଗଡରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେନ୍ଦୁଝର, ମାଲକାନଗିରି ଓ ଜଗତସିଂହପୁରରୁ ୧୭ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୧୨ ଓ ଅନୁଗୋଳରୁ ୮ଜଣ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.

5 × 1 =