୨୦୧୫ରୁ ଏ ପର୍ଯ୍ୟନ୍ତ ଦୂତୀଙ୍କୁ ୪.୦୯ କୋଟି ଟଙ୍କା ମିଳିଛି:ରାଜ୍ୟ ସରକାର

ଭୁବନେଶ୍ୱର- ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାର କେତେ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି ତାହା ଆଜି ପ୍ରକାଶ କରିଛନ୍ତି । ଏସିଆନ ଖେଳ ପାଇଁ ୩ କୋଟି ଟଙ୍କା ଆର୍ଥିକ ରାଶି ଦେଇଛନ୍ତି । ସେହିପରି ୨୦୧୫-୧୯ରେ ୩୦ ଲକ୍ଷ ଟଙ୍କା, ଟୋକିଓ ଅଲମ୍ପିକ ଟ୍ରେନିଙ୍ଗ ପାଇଁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିଲେ । ଏତଦ୍ ବ୍ୟତିତ ରାଜ୍ୟ ସରକାର ଦୂତୀ ଚାନ୍ଦଙ୍କୁ ମାଇନିଙ୍ଗ କରୋପରେସନର ଗ୍ରୁପ-ଏ ବିଭାଗ ଅଫିସର ଭାବେ ନିଯୁକ୍ତି ଦେଇଥିଲେ । ଓଏମସି ଦୂତୀଙ୍କୁ ୨୯ ଲକ୍ଷ ଟଙ୍କା ଦେଇଥିଲେ । ୨୦୧୫ ମସିହା ଠାରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ଓଏମସି ଦୂତୀ ଚାନ୍ଦଙ୍କୁ ୪.୦୯ କୋଟି ଟଙ୍କା ଆର୍ଥିକ ସହାୟତା ରାଶି ଯୋାଗାଇ ଦେଇଛନ୍ତି ।

Leave A Reply

Your email address will not be published.

twenty − eighteen =