ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତା

ରାୟଗଡା: ଉତ୍କଳ ସାମ୍ବାଦିକ ସଂଘ ରାୟଗଡା ଶାଖାର ନୂତନ କର୍ମକର୍ତା ଚୟନ ହୋଇଯାଇଛି । ରାୟଗଡା ସହରରେ ଥିବା ବରିଷ୍ଠ ନାଗରିକ ସଭାଗୃହରେ ଉକ୍ରଳ ସାମ୍ବାଦିକ ସଂଘ ରାୟଗଡା ଶାଖା ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ବୈଠକ ପୂର୍ବରୁ ଚୀନ ସୀମାରେ ସହୀଦ ହୋଇଥିବା ଯବାନ ଏବଂ କୋରନା ଯୋଦ୍ଧା ୨ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସଂଘର କାର୍ଯ୍ୟ କାରିଣୀ ସଭ୍ୟ ଦୟାନନ୍ଦ ଖାଡେଙ୍ଗାଙ୍କ ଦ୍ୱାରା ସଭାର ଆଲୋଚନକୁ ଆଗକୁ ବଢାଯାଇଥିଲା । ପରିଚାଳନା କମିତି ଦ୍ୱାରା ଚୟନ ହୋଇଥିବା କର୍ମକର୍ତା ମାନଙ୍କୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା ।

ସଭାପତି ଭାବେ ସୁରେଶ ଚନ୍ଦ୍ର ଦାଶ, ଉପ-ସଭାପତି ଆଇ.ସର୍ବେଶ୍ୱର ରାଓ, ସଂପାଦକ ରାଜେଶ କୁମାର ମହାନ୍ତି, ସାଧାରଣ ସଂପାଦକ ସନ୍ତୋଷ ପାଢୀ, ଶ୍ରୀଧର ଚୌଧୁରୀ, କୋଷାଧ୍ୟକ୍ଷ ଭାବେ ସନ୍ତୋଷ ସାହୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ମାଉଡି ବାରିକ ଏବଂ ଭେଙ୍କେଟଶ୍ୱର ପାଢୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏଥି ସହ ଆଇନ ଉପଦେଷ୍ଟା ଭାବେ ପ୍ରଦୀପ କୁମାର ଦାସଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାମ୍ବାଦିକ ମନୋଜ କୁମାର ସାହୁ । ଉକ୍ରଳ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଖାଡେଙ୍ଗା ସଂଘକୁ କିପରି ଶୃଙ୍ଖଳା ଓ ସୁଦୃଢ କରାଯିବ ସେ ନେଇ ନୂତନ କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ଏନ.ଏନ.ପାଢୀ, ସଭାପତି ବିନୋଦ ପଣ୍ଡା, ସ୍ୱେଚ୍ଛାସେବୀ କାନ୍ତା ରାଓ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ସଂଘର ନୂତନ ସଂପାଦକ ରାଜେଶ କୁମାର ମହାନ୍ତି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.

eighteen − 15 =