ନିକୋଲସନ ବନ ବିଦ୍ୟାଳୟର ୧୦୦ ତମ ସମାବର୍ତନ ଉତ୍ସବ

ଚମ୍ପୁଆ: ଚମ୍ପୁଆସ୍ଥିତ ସର୍ବପୁରାତନ ନିକୋଲସନ ପ୍ରଶିକ୍ଷଣ ବନ ବିଦ୍ୟାଳୟର ୧୦୦ତମ ସମାବର୍ତନ ଉସôବ କୋଭିଡ ନିୟମ ଅନୁଯାୟୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ନଳିନୀକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗଦେଇ ପରିବେଶ ସନ୍ତୁଳନ ରକ୍ଷା କରିବା ସହ ଜଙ୍ଗଲ ସୃଷ୍ଟି ଓ ତାର ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷୀର୍ଥୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଡିସିଏଫ ବିଜୟ କୁମାର ମହାନ୍ତ ଯୋଗଦେଇ ଶିକ୍ଷାନବିସମାନେ ଗ୍ରହଣ କରିଥିବା ଶିକ୍ଷାକୁ ଚାକିରୀ କ୍ଷେତ୍ରରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଚଳିତ ବର୍ଷ ଏଠାରେ ପ୍ରଶିକ୍ଷଣ ନେଉଥିବା ରାଜ୍ୟର ୧୩ଟି ବନ ଡିଭିଜନରୁ ଆସିଥିବା ୩୨ ଜଣ ପ୍ରଶିକ୍ଷାର୍ଥୀ ଓ ୩ ଜଣ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସର୍ବୋକୃଷ୍ଟ ପ୍ରଶିକ୍ଷାର୍ଥୀ ଭାବେ ବିଜୟ କୁମାର ପାତ୍ର, ନିକୋଲସନ ସମ୍ମାନ ଅମରେନ୍ଦ୍ର ନାଏକ ଓ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଶାନ୍ତ କୁମାର ପରିଡାଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ସତ୍ୟବ୍ରତ ମହାନ୍ତି, ବିଜୟ କୁମାର ମହାନ୍ତ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight − 6 =