ଲାଲଗଡ଼ ଭୁସୁଡୁଛି!

ଓଡ଼ିଶା ଏକ ଗରିବ ରାଜ୍ୟ ଏବଂ ଏଠରେ ସଂଖ୍ୟାଧିକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ରହିଆସିଥିବା ସର୍ବଜନ ବିଦିତ । ଏପରିକି କେନ୍ଦ୍ରସରକାରଙ୍କ ଦ୍ୱାରା ଦାରିଦ୍ର୍ୟ ପ୍ରପିଡିତ ରାଜ୍ୟ କଥା ଦଶନ୍ଧିଦଶନ୍ଧିଧରି ସମୀକ୍ଷା କରାଯାଇଛି, ସେତେବେଳେ ତାଳିକାର ସର୍ବନିମ୍ନରେ ଓଡ଼ିଶା ରହିଛି । ଏହାର ସୁଯୋଗ ନେଇ ୬୦ ଦଶନ୍ଧିରୁ ଏ ରାଜ୍ୟରେ ଲାଲ୍ବାହିନୀ ନିଜର ପକ୍ଷ ବିସ୍ତାର କରିଛନ୍ତି । ମୁଖ୍ୟତଃ ରାଜ୍ୟର ସୀମାନ୍ତରେ ଆବସ୍ଥିତ ଜିଲ୍ଲା ଗୁଡ଼ିକରେ ତଥାକଥିତ ନକ୍ସଲ ଓ ମାଓବାଦୀ କାର୍ଯ୍ୟକଳାପ ସର୍ବଦା ଆଗରେ ରହିଆସିଛି । ଏପରିକି ମାଓବାଦୀମାନଙ୍କ ଦ୍ୱାରା ବହୁ ହିଂସାକାଣ୍ଡ ଘଟିଥିଲା ବେଳେ ସେମାନଙ୍କୁ ଜାତୀୟତାର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟସରକାର ସଦାସର୍ବଦା ଆହ୍ୱାନ ଦେଇଆସୁଛନ୍ତି । ଏହାର ପ୍ରଭାବ ଅଳ୍ପେ ବହୁତେ ସାରା ଦେଶରେ ପଡ଼ିଥିଲା ବେଳେ ଆମ ରାଜ୍ୟରେ ଏହାର ସୁଫଳ ଏବେ ଅନୁଭୂତ ହେଉଛି ବୋଲି କୁହାଯାଇପାରେ । ପ୍ରଥମେ ଆମ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ପାଖାପାଖି ୨୧ଟି ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ଆବ୍ୟହାତ ରହିଥିଲା । ଏପରିକି ଏକବିଂଶ ଶତାବ୍ଦିର ପ୍ରଥମ ଦଶନ୍ଧିରେ ପ୍ରାୟ ୨ହଜାରରୁ ଅଢେ଼ଇ ଅହଜାର ନକ୍ସଲ ଆମ ରାଜ୍ୟରେ ସକ୍ରିୟ ରହିଥିଲେ । ଏପରିକି ବିଭିନ୍ନ ସମୟରେ ନକ୍ସଲ ଓ ପୋଲିସ ମୁହାଁମୁହିଁ ହୋଇ ଉଭୟ ପକ୍ଷରୁ ମୃତାହତ ସଂଖ୍ୟା ବଢ଼ୁଥିଲା ବେଳେ ସାଧାରଣ ଲୋକ ମଧ୍ୟ ମୃତୁ୍ୟବରଣ କରୁଥିଲେ । ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ କ୍ୟାଡର ନକ୍ସଲ ତାଳିକା ପ୍ରସ୍ଥିତ ପରେ ସେମାନଙ୍କ ସଂଖ୍ୟା ୧୪ ଶହ ଥିବା କୁହାଯାଇଥିଲା । ୭ ବର୍ଷ ପରେ ଏବେ ସେମାନଙ୍କ ସଂଖ୍ୟା ହ୍ରାସପାଇ ମାତ୍ର ୩୪୦ ପାଖାପାଖି ଥିବା ଓ ସେଥିରେ ୨୮ ଜଣ ଓଡ଼ିଶା ଅଧିବାସୀ ରହିଥିବା ଜଣାପଡିଛି । ଏହା ସହିତ ଛତିଶଗଡ଼ରେ ୨୩୫, ପ.ବଙ୍ଗର ୭, ଝାରଖଣ୍ଡର ୩୯ ଓ ଆନ୍ଧ୍ରର ୩୫ଜଣ କ୍ୟାଡର ଥିବା ସୁଛନା ମିଳିଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ମାଓ-ନକ୍ସଲ କାର୍ଯ୍ୟକଳାପ ଜେପରି ଭାବେ ୨୧ଟି ଜିଲ୍ଳାରୁ କମି ଏବେ ମାତ୍ର ୧୦ଟି ଜିଲ୍ଳାରେ ସିମୀତ, ସେଥିରୁ ଜଣାପଡୁଛି ଯେ ଓଡ଼ିଶାରୁ ଲାଲ୍ଗଡ଼ ଭାଙ୍ଗିଚାଲିଛି ।

Leave A Reply

Your email address will not be published.

15 + eight =