ଲୋକସେବା ସାମ୍ବାଦିକ ସଂଘ ଗଠନ

ଭୁବନେଶ୍ୱର : ପୂର୍ବତନ ସଚିବାଳୟ ବା ଲୋକସେବା ଭବନ ଓ ବିଧାନସଭାରେ କାର୍ଯ୍ୟରତ ତଥା ପ୍ରେସ୍ ଲାଉଞ୍ଜକୁ ଉପଯୋଗ କରୁଥିବା ସାମ୍ବାଦିକମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି । ଏହାର ନାମ ରଖାଯାଇଛି ‘ଲୋକସେବା ସାମ୍ବାଦିକ ସଂଘ’ । ସାମ୍ବାଦିକମାନଙ୍କୁ ବ୍ୟକ୍ତିଗତ, ବୃତିଗତ ଓ ସମଷ୍ଟିଗତ ସହାୟତା ଦେବା ଏହାର ଆଭିମୁଖ୍ୟ ଅଟେ । ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଏହାର ସଭାପତି, ସନତ ମିଶ୍ର କାର୍ଯ୍ୟକାରୀ ସଭାପତି ଓ ଅବିନାଶ ମିଶ୍ର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସହିଦନଗର ପ୍ଲଟ ନଂ-୪୯୦ରେ ଏହା କାର୍ଯ୍ୟ ଆରମ୍ଭ କରିଛି । ବରିଷ୍ଠ ସମ୍ବାଦିକ ସୁରେନ୍ଦ୍ର ସାହୁ, ବାଉରୀବନ୍ଧୁ ମହାରଣା, ବିଜୟ ପଣ୍ଡା, ବୈଷ୍ଣବ ଜେନା, ବିବେକ ଜେନା, ସଞ୍ଜୟ ଦାସ, ପାର୍ଥସାରଥୀ ଜେନା, ନିମାଇଁ ଦାସ, ଗଜେନ୍ଦ୍ର ବେହେରା, ସନାତନ ଦଳବେହେରା, ସୁରେଶ କର, ଅର୍ଜୁନ ମୁଦୁଲି, ସୁଶ୍ରୀ ବ୍ରାହ୍ମିପ୍ରିୟା ସାମନ୍ତରାୟ, ଦେବକାନ୍ତ ମହାପାତୟ, ମାଧବ ବେଉରା, ପ୍ରମୋଦ ଦାସ, ସତ୍ୟ ନାୟକ, ନୃସିଂହ ନାରାୟଣ ଦାସ, ସଞ୍ଜୟ ପ୍ରଧାନ, ଗିରିଧାରୀଲାଲ ଷଡ଼ଙ୍ଗୀ, କିଶୋର ମଙ୍ଗରାଜ, ବାବୁ ସାମନ୍ତରାୟ ପ୍ରମୁଖ ଏହାର ସଦସ୍ୟ ଅଛନ୍ତି । ଖୁବ୍ ଶୀଘ୍ର ଏହା ପଞ୍ଜିକୃତ ହେବ ।

Leave A Reply

Your email address will not be published.

5 × 2 =