ଆସନ୍ତା କାଲିଠାରୁ ୧୪ ଦିନ ଲକଡାଉନ

ଭୂବନେଶ୍ୱର:- କରୋନା ସଂକ୍ରମଣ ବଢିବାର ଦେଖି ରାଜ୍ୟ ସରକାର ଆସନ୍ତା କାଲି ଠାରୁ ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ସମେତ ରାଉଲକେଲା ମହାନଗର ନିଗମକୁ ଆସନ୍ତା ଜୁଲାଇ ୩୧ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆଂଶିକ ସଟଡାଉନ ଘୋଷଣା କରିଛନ୍ତି । ଆସନ୍ତା କାଲି ରାତି ୯ଟାରୁ ଏହା ଲାଗୁ ହେବ ବୋଲି ମୂଖ୍ୟଶାସନ ସଚିବ ଅସିତ ତ୍ରିପାଠି ଘୋଷଣା କରିଛନ୍ତି ।ଏହି ସମୟରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କେବଳ ଡାଲିଚାଉଳ, ପନିପରିବା ଏବଂ କ୍ଷୀର ଦୋକାନ ଖୋଲା ରହିବ । ମାଛ,ମାଂସ ଆଦି ଆମିଷ ଦ୍ରବ୍ୟ ଘରେ ପହଂଚାଇବା ନେଇ ବରାଦ ଦିଆଯାଇପାରିବ । ତେବେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ କୃଷି ଜାତ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ନେଇ ଗାଡି ମୋଟର ଚଳାଚଳ କରିବ ।

Leave A Reply

Your email address will not be published.

20 − seven =