ଆଇଓସିଏଲ୍ ର ପରିବେଶ ଦାୟିତ୍ୱବୋଧତା ପାଣ୍ଠି ବିନିମୟରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷୀ

ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପାରାଦ୍ୱୀପ ସ୍ଥିତ ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧତା( ସି.ଇ.ଆର୍)ପାଣ୍ଠିରୁ ଜଗତସିଂହପୁର ଜିଲ୍ଲାରେ ହେବାକୁ ଥିବା ୧୦ଟି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ସମୀକ୍ଷା କରିଥିଲେ । ଜିଲ୍ଲାପାଳ କହିଲେ ଭାରତୀୟ ତୈଳନିଗମ କତୃପକ୍ଷ ଜିଲ୍ଲାରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ କରି ଏଥି ନିମନ୍ତେ ଏଷ୍ଟିମେଟ ପଠାଇବାକୁ ଅନୁରୋଧ କରିଛନ୍ତି । ସମସ୍ତ ୧୦ଟି ପ୍ରକଳ୍ପ ପାଇଁ ୪.୨୦ କୋଟି ଖର୍ଚ୍ଚ ହେବ । ବାଲିକୁଦା ଓ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାହ୍ୟା ବୃଦ୍ଧି ପାଇଁ ଏକ୍ସରେ,ଡିଜିସେଟ୍,ଅଲଟ୍ରାସାଉଣ୍ଡ ମେସିନ୍ ପାଇଁ ପ୍ରତ୍ୟେକ ୫୦ଲକ୍ଷ ଟଙ୍କା,ଭଗିନୀ ନିବେଦିତା ବିଦ୍ୟାପୀଠ ଭିତିଭୂମି ବିକାଶ ନିମନ୍ତେ ୨୦ଲକ୍ଷ ଟଙ୍କା,ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ ମୃତିକା ଆର୍ଦ୍ରତା ଓ ବୃକ୍ଷରୋପଣ ପାଇଁ ୫୦ଲକ୍ଷ ଟଙ୍କା,ଜଗତସିଂହପୁର ସହର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଜିମ୍ନାସିୟମ୍ ନିର୍ମାଣ ପାଇଁ ମ୍ୟୁନିସିପାଲିଟିକୁ ୧୦ ଲକ୍ଷ ଟଙ୍କା, ଗୋପାଳସାହି,ଖେରସ ମୈାଜାରେ ଆଧୁନିକ ଶ୍ମଶାନ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା,ମାକଣ୍ଡପୁର ପାକିଁଙ୍ଗ କମ୍ପେକ୍ସ ଓ ଶୈାଚାଳୟ ପାଇଁ ୧୦ଲକ୍ଷଟଙ୍କା,ମାଛଗାଁ କେନାଲର ହାଟପୋଲ ପାଖରୁ ଅନୁକଳ ଚନ୍ଦ୍ର ଆଶ୍ରମ ରାସ୍ତା ଓ ସାର ଓ ବୃକ୍ଷ ରୋପଣ ପାଇଂ ୨୦ଲକ୍ଷଟଙ୍କା କୁଜଙ୍ଗ, ରାହାମା,ତିର୍ତୋଲ ଓ ଜଇପୁର ଠାରେ ପାସେଞର ହଲ୍ଟ ଓ ଶୈାଚାଳୟ ନିର୍ମାଣ ପାଇଁ ୧ କୋଟିଟଙ୍କା, ଡିଷ୍ଟିବ୍ୟୁଟାରୀ କେନାଲ ନଂ ୧୦ ରଶ୍ମୀହଲ ଛକଠାରୁ ଦେଉଳିଗ୍ରାମେଶ୍ୱର ପର୍ଯ୍ୟନ୍ତ କ୍ରସ ଡ୍ରେନ ରୋଡ ନିର୍ମାଣ ନିମନ୍ତେ ୧କୋଟି ଟଙ୍କା ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧ ପାଣ୍ଠିରୁ ବିନିଯୋଗ ହେବ । ଏଥିପାଇଁ ନିର୍ବାହୀ ଯନ୍ତ୍ରୀ,ଜଳସଂପଦ,ଜଗତସିଂହପୁର,ନିର୍ବାହୀ ଯନ୍ତ୍ରୀ ଆର୍.ଏଣ୍ଡ.ବି,ଜଗତସିଂହପୁର, ନିର୍ବାହୀ ଅଧିକାରୀ ପୈାର ପରିଷଦ,ଜଗତସିଂହପୁର,ବିଡିଓ,ତିର୍ତୋଲଙ୍କୁ ତୁରନ୍ତ ଏଷ୍ଟିମେଟ ପଠାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ନିର୍ବାହୀ ଯନ୍ତ୍ରୀ,ଜଳ ସଂପଦ,ନିର୍ବାହୀ ଯନ୍ତ୍ରୀ,ଆର.ଏଣ୍ଡ.ବି, ନିର୍ବାହୀ ଅଧିକାରୀ ପୈାର ପରିଷଦ ଶ୍ରୀ ବିମଳ କୁମାର ଲେଙ୍କା,ଓ.ଏସ୍.ଡି. ଡା. ଶଶାଙ୍କ ଶେଖର ଲେଙ୍କା, ଡେପୁଟୀ କଲେକ୍ଟର, ଉନ୍ନୟନ ବିନୀତା ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ମ୍ୟୁନିସିପାଲିଟି କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − two =