ତାଲା ବନ୍ଦ ଭିତରେ ଭୋକ ନେଲା ଆଦିବାସୀ ମହିଳାଙ୍କ ଜୀବନ!

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଏକ ପ୍ରେସ ବାର୍ତା ମାଧ୍ୟମରେ ତାଲାବନ୍ଦ ସମୟରେ ରାଜ୍ୟରେ ଘଟୁଥିବା ଅନାହାର ମୃତ୍ୟୁକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି । ଏଭଳି ଅନାହାର ମୃତୁ୍ୟ ରାଜ୍ୟରେ ·ଲିଥିବା ଖାଦ୍ୟ ସୂରକ୍ଷା ଓ ଗରୀବ କଲ୍ୟାଣ ଯୋଜନାର ଅସଲ ରୁପକ ପଦାରେ ପକାଇବା ସହିତ ପ୍ରଶାସନିକ ଅବହେଳା ଏଥିପାଇଁ ମୁଖ୍ୟ ଦାୟୀ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ନୟାଗଡ଼ ଜିଲ୍ଲା ସ୍ଥିତ କାଳିଆମ୍ବ ଗାଁର ୪୬ ବର୍ଷିୟା ଦୁଃଖି ଜାନୀଙ୍କର ଭୋକରେ ଘଟିଥିବା ଘଟିଥିବା ଏକ ଦୁଃଖଦ ମୃତ୍ୟୁକୁ ସଭ୍ୟ ସମାଜରେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ । ଦୁଃଖି ଜାନୀଙ୍କ ମୃତ୍ୟୁ ଜୁନ୍ ୨୪ ତାରିଖରେ ଘଟିଥିଲେ ମଧ୍ୟ କୌଣସୀ ପ୍ରଶାସନିକ ତତ୍ପରତା ପ୍ରକାଶ ନପାଇବା ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାକୁ ଅଙ୍ଗୁଳି ନିର୍ଦେଶ କରୁଛି । ଏହି ବିଷୟରେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମକର୍ତା ଉକ୍ତ ଗାଁକୁ ଯାଇ ଯେଉଁ ତଥ୍ୟ ଉନ୍ମୋଚନ କଲେ ସେଥିରୁ ଜଣାଗଲା ଯେ ଉକ୍ତ ମହିଳା ମୃତ୍ୟୁପୂର୍ବରୁ ତିନିଦିନ ଖାଇବାକୁ ନପାଇ ଭୋକରେ ଥିଲେ । ତାଙ୍କୁ ପିଡିଏସ୍ରୁ ଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ମିଳୁନଥିଲା । ଅନ୍ନପୂର୍ଣ୍ଣା ଯୋଜନାରେ ୨୦୧୬ ରେ ମିଳିଥିବା କାଡର଼୍ରେ ଯଦିଓ ସେ ୧୦କିଲୋ ·ଉଳ ମାଗଣା ପାଇବା ପାଇଁ ହକ୍ଦାର ଥିଲା ତେବେ ତାଙ୍କୁ ଏହା ମିଳୁନଥିଲା । ସେ ଜଣେ ଅଣକୁଶଳୀ ଶ୍ରମିକ ଭାବରେ ମହାତ୍ମା ଗାନ୍ଧୀ ନରେଗା ଯୋଜନରେ କାମ ପାଇବା କଥା ତେବେ ଏଥିରେ ମଧ୍ୟ ତାଙ୍କୁ ହତାଦାର କରାଯାଇଥିଲା । କେନ୍ଦ୍ରୀୟ ଯୋଜନା ତଥା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ଜନ୍ଧନ ଯୋଜନାରେ ବି ତାଙ୍କୁ କୌଣସୀ ପ୍ରକାର ସହାୟତା ମିଳୁନଥିଲା । ଯାହାର ପରିଣାମ ସ୍ୱରୂପ ଶେଷକୁ ସେ ନିରୀହ ଆଦିବାସୀ ମହିଳାଙ୍କର କ୍ଷୁଧା ଓ ଅନାହାର ଯୋଗୁଁ ମୃତ୍ୟୁ ଘଟିଲା । ଏଭଳି ଦୁଃଖଦାୟକ ଘଟଣାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକାର କରି ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତି ନହେବ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ନଚେତ ଆଦିବାସୀ ଅଂଚଳରେ ଦିନକୁ ଦିନ ଏ ଅନାହାର ମୃତ୍ୟୁ ବୃଦ୍ଧି ପାଉଛି ଏବଂ ପାଇବ ।

Leave A Reply

Your email address will not be published.

20 − 7 =