ଓଡିଶା ପ୍ରବାସୀ ଶ୍ରମିକ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବାରିପଦା: ମହାମାରୀ କରୋନା ପାଇଁ ସାରା ଦେଶରେ ଶ୍ରମୀକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରବାସୀ ଶ୍ରମୀକ ମାନଙ୍କର ଦୁଃଖ କହିଲେ ନସରେ । ଏଭଳି ପରିପ୍ରେକ୍ଷୀରେ ଭାରତୀୟ କମ୍ୟୁନଷ୍ଟ ପାର୍ଟି ମୟୂରଭ ଜିଲ୍ଲା ଶାଖାର ମାର୍ଗଦର୍ଶନରେ ଓଡିିଶା ପ୍ରବାସୀ ଶ୍ରମୀକ ସଂଘ ପକ୍ଷରୁ ଆଜି ବାରିପଦା ସ୍ଥିତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ଓଡିଶାକୁ ପାଖାପାଖି ୬ଲକ୍ଷ ପ୍ରବାସୀ ଶ୍ରମୀକ ଫେରିଥିବା ବେଳେ ସେମାନଙ୍କୁ ମାସିକ ୧୦ କେଜି ଚାଉଳ ବିନା ମୂଳ୍ୟରେ ୬ମାସ ପର୍ଯ୍ୟନ୍ତ ଯୋଗାଇ ଦେବା, ସମସ୍ତ ପ୍ରବାସୀ ଶ୍ରମୀକ ପରିବାରକୁ ମାସିକ ୭,୫୦୦ ଟଙ୍କାର ଆର୍ଥିକ ସହାୟତା ୬ମାସ ପର୍ଯ୍ୟନ୍ତ ଯୋଗାଇ ଦେବା, ସଂଗରୋଧ କେନ୍ଦ୍ର ରୁ ମୁକ୍ତ ହେଉଥିବା ପ୍ରବାସୀ ଶ୍ରମୀକ ମାନଙ୍କୁ ମିଳୁଥିବା ୨୦୦୦ଟଙ୍କା ସହାୟତା ତୁରନ୍ତ ଯୋଗାଇ ଦେବା, ନିଜ ଖର୍ଚ୍ଚରେ ଫେରିଥିବା ପ୍ରବାସୀ ଶ୍ରମୀକ ମାନଙ୍କୁ ସେମାନଙ୍କର ଭଡା ଖର୍ଚ୍ଚ ଯୋଗାଇ ଦେବା, ଶ୍ରମୀକ ମାନଙ୍କୁ ତୁରନ୍ତ ପରିଚୟପତ୍ର ପ୍ରଦାନ କରାଯାଇ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯିବା, ବନ୍ଦ ହୋଇ ପଡିଥିବା ସୂତାକଳ ଆଦି ତୁରନ୍ତ କାର୍ଯ୍ୟକ୍ଷମ କରାଯିବା, ଏମ.ଜି.ଏନ.ଆର.ଇ.ଜି.ଏ. ଯୋଜନାରେ ଅନ୍ୟୁନ୍ୟ ୨୦୦ଦିନର କାମ ଯୋଗାଇ ଦେବା, ଆନ୍ତରାଜ୍ୟ ପ୍ରବାସୀ ଶ୍ରମୀକ ଆଇନ-୧୯୭୯ କୁ ବିଧିବଦ୍ଧ ଭାବରେ ଲାଗୁ କରାଯିବା ଆଦି ଦାବୀ ଗୁଡିକୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିବାର ଜଣାଯାଇଛି ।

Leave A Reply

Your email address will not be published.

18 − eight =