ବଲାଙ୍ଗୀର ସହରରେ ବଢୁଛି ସ୍ଥାନୀୟ ସଂକ୍ରମଣ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ନୁତନ ଭାବେ ୩ଜଣ କରୋନା ଆକ୍ରାନ୍ତ ଜିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩ଜଣଙ୍କ ମଧୟରୁ ୨ଜଣ ବଲାଙ୍ଗୀର ସହରର ହୋଇଥିବା ବେଳେ ଜଣେ ପାଟଣାଗଡ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆ ଯାଇଛି । ଆଜି ଜିଲ୍ଲାପାଳ ପାଟଣାଗଡ ସହରର କିଛି ଅଂଞ୍ଚଳକୁ କଂଟେନମେଂଟ ଅଞ୍ଚଳ ଘୋଷଣା କରିଥିବା ବେଳେ ସହରରେ ସୁଦପଡା ଓ ତାଳପାଲି ପଡାରେ ପ୍ରଶାସନର କୌଣସି ଉଦ୍ୟମ ଦେଖିବାକୁ ମିଳୁନି । ଏହା ସହ ସହରରେଏଯାଏଁ ସମୁଦାୟ ୯୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ସରକାରୀ ସୁତ୍ରରୁ ଦର୍ଶାଜାଇଛି । ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ସହରରେ ବିଭିନ୍ନ ଅଞ୍ଚଳକୁ ବ୍ୟପୁଥିବା ବେଳେ ଆଜି ସହରର ଏକ ଜନବହୁଳ ଅଞ୍ଚଳର ଓମଫେଡ ଦୋକାନ ମାଲିକ ଏହି ସଂକ୍ରମଣର ଶିକାର ହୋଇଥିବା ଚର୍ଚ୍ଚା ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏଭଳି ସମୟରେ ସହରବାସୀ ଆହୁରି ଯତ୍ନବାନ ହେବା ସହ ଯଥା ଶିଘ୍ର ସାରା ସହରକୁ ବିଶୋଧନ ଓ ଘର ଘର ପରୀକ୍ଷା କରାନଗଲେ ସ୍ଥିତି ଅହୁରି ଭୟଙ୍କର ହେବ ବୋଲି ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ସୁଚନାରୁ ପ୍ରକାଶଯେ, ପାଟଣାଗଡ ସ୍ଥିତ ହିରା ସାଗର ପଡାରୁ ୨୮ ବର୍ଷିୟ ଯୁବକ ସ୍ଥାନୀୟ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ସେହିପରି ନୂତନ କରି ବଲାଙ୍ଗୀର ତାଳପାଲି ପଡା ଓ ସୁଦ ପଡାକୁ ସ୍ଥାନୀୟ ସଂକ୍ରମଣ ବ୍ୟପିଥିବା ସୁଚନା ରହିଥିବା ବେଳେ ତାଲପାଲି ପଡାରେ ଜଣେ ୫୬ ବର୍ଷିୟ ପୁରୁଷ ଓ ସୁଦ ପଡାରେ ଜଣେ ୩ ବର୍ଷିୟ ବୃଦ୍ଧ ସଂକ୍ରମଣର ଶିକାର ହୋଇଛନ୍ତି । ଉକ୍ତ ବୃଦ୍ଧଜଣଙ୍କ ସହରର ଏକ ବ୍ୟସ୍ତ ବହୁଳ ଅଞ୍ଚଳରେ ଏକ ଓମଫେଡ ଚାଦୋକାନ କରିଥିବା ଚର୍ଚ୍ଚା ହେଉଥିବା ସ୍ଥଳେ ଗତକାଲି ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଜାଇଛି । ତେବେ ଗତକାଲି ପର୍ଯ୍ୟନ୍ତ ତାଙ୍କ ଦୋକାନ ଖୋଲା ଥିବା ସ୍ଥଳେ ଅନେକ ଏଥିରେ ସଂକ୍ରମିତ ହୋଇଥିବା ଲୋକେ ଆଶଙ୍କା କରୁଛନ୍ତି । ସେହିପରି ଏଯାଏଁ ସହରର ହାତିସାଲ ପଡାରେ ସର୍ବାଧିକ ୬୧ଜଣ, ଲାଲଟ୍ରିକା ରେ ୬ଜଣ, ଠିକାଦାର ପଡାରେ ୬ଜଣ, ତାଲପାଂଲି ପଡାରେ ୩ଜଣ, ଆଦର୍ଶ ପଡାରେ ୨ଜଣ, ରାଧାରାଣୀ ପଡାରେ ୭ଜଣ, ଖଦାଲପଡାରେ ୨ଜଣ , କଲେଜ ଛକରେ ଜଣେ, ରେଳ ଷ୍ଟେଷନରେ ଜଣେ , ବ୍ରାହ୍ମଣ ପଡାରେ ଜଣେ ସହ ସହର ନିକଟସ୍ଥ ବିଜଲି ମୁଣ୍ଡାରେ ୨ଜଣ, ସିନଖମନରେ ୨ଜଣ ସମେତ ସମୁଦାୟ ୯୪ଜଣ ସଂକ୍ରମିତ ହୋଇଛନନ୍ତି । ଏଭଳି ସ୍ଥଳେ ଯଥା ଶିଘ୍ର ସହରରେ ଘରକୁ ଘର ପରୀକ୍ଷା କରିବା ସହ ସାରା ସହରକୁ ବିଶୋଧନ କରାଯିବା ନେଇ ଲୋକେ ଦାବି କରୁଛନ୍ତି । ପ୍ରଶାସନ ଏଦିଗରେ ଯଥାଶିଘ୍ର ତତ୍ପରତା ପ୍ରକାଶ ନକଲେ ସହରରେ ସଂକ୍ରମିତଙ୍କ ସଂଖ୍ୟାବହୁ ଗୁଣରେ ବଢିଯିବା ସ୍ଥିତି ଅନିୟନ୍ତ୍ରୀତ ହେବ ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଅନ୍ୟ ଜିଲ୍ଲା ମାନଙ୍କ ତୁଳନାରେ ବଲାଙ୍ଗୀରରେ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ଥିବାବେଳେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩କୁ ବୃଦ୍ଧିପାଇବା ସହ ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୩ ଜଣ ଚିକିତ୍ସିତ ହେଉଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି ।

Leave A Reply

Your email address will not be published.

sixteen − seven =