ଭୁବନେଶ୍ୱର- କରୋନା ହଟସ୍ପଟ ସାଜିଥିବା ରାଜ୍ୟର ୪ ଜିଲ୍ଲା କଟକ, ଗଞ୍ଜାମ, ଭୁବନେଶ୍ୱର ଓ ଯାଜପୁର ସମେତ ରାଉଲକେଲା ମହାନଗର ନିଗମକୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଗତକାଲି ରାତି ୯ରୁ ଏହି ଲକଡାଉନ ନିୟମ ପାଳନ କରାଯାଇଛି । ଏଥିାପଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି । କଟକ- ଭୁବନେଶ୍ୱର ଦ୍ୱୈତ ନଗରିରେ କଟକଣା ଜୋରଦାର କରାଯାଇଛି । ଛକ ଛକରେ ଯାଂଚ କରାଯାଉଛି । ଯେଉଁ ମାନେ ଅତ୍ୟାବଶ୍ୟକ କାମରେ ବାହାରକୁ ବାହାରିଛନ୍ତି ସେମାନେ ନିଜର ପ୍ରମାଣ ପତ୍ର ସାଙ୍ଗରେ ଧରି ଆସୁଛନ୍ତି । ପୂର୍ବ ଲକଡାଉନ ଅପେକ୍ଷା ଏହିି ଲକଡାଉନକୁ ଅଧିକ କଡାକଡି କରାଯାଇଛି । ସକାଳ ୬ରୁ ଦିନ ୧ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦେଖାନ ଖୋଲା ରହିବ । ଲୋକମାନେ ପଦାକୁ ବାଇକ ନଆଣି ନିଜ ପାଖପାଖି ଯାଗାରୁ ସମାଗ୍ରୀ କିଣିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ମାନେ ଏହି ନିୟମକୁ ଖୋଲା ଉଲଘଂନ କରିବେ ଆଇନ ଅନୁଯାୟୀ ସୋମନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।