ଇନଂଟରନ୍ୟାସନାଲ ମଣ୍ଡେଲା ଡେ

ଜାତିସଂଘ ର ଅନୁମୋଦନକ୍ରମେ ୧୯୧୦ ରୁ ପ୍ରତିବର୍ଷ ଜୁଲାଇ ୧୮ରେ ‘ମଣ୍ଡେଲା ଦିବସ’ ପାଳନ କରାଯାଉଛି ।୧୯୧୮ ଜୁଲାଇ ଏହି ଦିନରେ ଜନ୍ମ ନେଇଥିଲେ ପ୍ରସିଦ୍ଧ ଆଫ୍ରିକୀୟ ସଂଗ୍ରାମୀ ନେଲ୍ସନ୍ ମଣ୍ଡେଲା । ସେ ସାମାଜିକ ନ୍ୟାୟ ପାଇଁ ୬୭ ବର୍ଷ ସଂଗ୍ରାମ କରିଥିଲେ । ସେଥିରେ ପୁଣି ୨୭ ବର୍ଷ ବିତିଥିଲା କାରାଗାରର କାଳ କୋଠରିରେ । ଏହି ମହାନ ନେତାଙ୍କ ନୀତି ଆଦର୍ଶକୁ ମନେପକାଇବା ଏବଂ ସେ ଦେଖାଇଥିବା ପଥରେ ଚାଲିବା ହେଉଛି , ଏହି ଦିବସ ।

ପାଳନର ମୁଖ୍ୟ ଲକ୍ଷ୍ୟ । ମଣ୍ଡେଲାଙ୍କ ମୂଳ ନାମ ‘ରୋଲିଲାହ୍ଲା’ ଏହାର ଅର୍ଥ ‘ସମସ୍ୟା ସୃଷ୍ଟିକାରୀ’ । ତାଙ୍କର ପିତା-ମାତା ଉଭୟେ ଥିଲେ ଅଶିକ୍ଷିତ । ପିତାଙ୍କର ଚାରି ପତ୍ନୀ ସହ ଚାରି ପୁଅ ଓ ୯ଜଣ ଝିଅ ଥିଲେ । ତେବେ ମଣ୍ଡେଲା ହେଉଛନ୍ତି ତୃତୀୟ ପତ୍ନୀଙ୍କର ପୁଅ ।ସେ ଲୁଚିଥିବା ସ୍ଥାନ ସଂପର୍କରେ ଆମେରିକାର ‘ସିଆଇଏ’ ସୂଚନା ଦେବାପରେ , ତାଙ୍କୁ ଗିରଫ କରାଯାଇଥିଲା । ୨୦୦୮ ପର୍ଯ୍ୟନ୍ତ ତାଙ୍କର ଆମେରିକାକୁ ପ୍ରବେଶ ନିଷିଦ୍ଧ ଥିଲା । କାର୍ ଦୂର୍ଘଟଣା ଓ ଏଡ୍ସରେ ତାଙ୍କର ଦୁଇ ପୁଅ ମୃତ୍ୟୁ ବରଣ କରିଥିଲେ । ବିବାହର ତେର ବର୍ଷ ପରେ ପ୍ରଥମ ପତ୍ନୀଙ୍କ ସହ ବିଚ୍ଛେଦ ହୋଇଥିଲା । ବିଚ୍ଛେଦର କାରଣ ମଣ୍ଡେଲାଙ୍କ ରକୀୟ ପ୍ରୀତି ଥିଲା । ତାହା ପରେ ୧୯୬୨ ରେ ସେ ୱିନିଙ୍କୁ ବିବାହ କରିଥିଲେ, ତାହା ମଧ୍ୟ ବିଚ୍ଛେଦରେ ପରିଣତ ହୋଇଥିଲା ।

ଶେଷରେ ମୋଜାବିକ୍ର ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ବିବାହ କରିଥିଲେ । ତାଙ୍କ ଶାସନ କାଳରେ ୭ଲକ୍ଷ ୫୦ହଜାର ଘର ତିଆରି କରାଯାଇଥିଲା : ୨୦ଲକ୍ଷ ଲୋକଙ୍କୁ ବିଦୁ୍ୟତ ସୁବିଧା ଯୋଗାଇ ଦେଇଥିଲେ ।ସେଥିସହ ୩୦ଲକ୍ଷ ଲେକଙ୍କୁ ।ନୀୟ ଜଣ ଯୋଗାଇ ଦେଇଥିଲେ । କର୍ନେଲ ମୁଆମର ଗବ୍ଦାଫୀଙ୍କ ସହ ତାଙ୍କର ଅନ୍ତରଙ୍ଗ ବନ୍ଧୁତା ଖୁବ୍ ରହିଥିଲା ।

କ୍ୟୁବାର ସ୍ୱୈରଶାସକ ଫିଡେଲ କାସ୍ଟ୍ରୋଙ୍କ ସହ ମିଳିତ ଭାବେ ସେ ଲେଖିଥିବା ବହିର ନାମ –‘ହାଓ ଫାର ଓତବି ସ୍ଲେଭ୍ସ ହାଭ୍ କମ୍’ । ଏକ ସମୟରେ ମଣ୍ଡେଲା ଦିନରେ ଆଇନ ବ୍ୟବସାୟ ଏବଂ ରାତିରେ ମୁଷ୍ଟିଯୁଦ୍ଧ କରୁଥିଲେ ।

Leave A Reply

Your email address will not be published.

9 − nine =