୩ ହସ୍ପିଟାଲ ପାଇଁ ଏସଓପି ଜାରି


କଟକ- କଟକର ୩ ହସ୍ପିଟାଲ ଏସସିବି, ଶିଶୁଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ମୋଡିକାଲ ପାଇଁ ଏସଓପି ଜାରି କରାଯାଇଛି । କଟକ ମେଡିକାଲରେ ଯେପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯିବ । ସ୍ୱତନ୍ତ୍ର ଟିମ୍ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ ଟେଷ୍ଟ କରାଯିବ । କଟକ ଜିଲ୍ଲାପାଳଙ୍କ ଅଫିସରେ କରୋନା ସ୍ଥିତି ସମୀକ୍ଷା ବୈଠକ ପରେ କଟକ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ କହିଛନ୍ତି । ଏହି ବୈଠକରେ ସୁଶାନ୍ତ ମହାପାତ୍ର, ସିଏମସି କମିଶନର, ପୋଲିସ କମିଶନର ବ୍ୟତିତ ଏସସିବି ଓ ଅଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.

5 × three =