ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ବୈଠକ

ଚମ୍ପୁଆ: ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହଆଲୋଚନା କରିଛନ୍ତି ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ । ମନ୍ଦିରର ସ୍ଥାୟୀ ରାଜସ୍ୱ, ନୀତିକାନ୍ତ ସହ ଆବଶ୍ୟକ ଉନ୍ନତିମୂଳକ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଠାକୁରଙ୍କ ନାମରେ ବିଭିନ୍ନ ଜାଗାରେ ଥିବା ଜମିଗଚଡିକ ଚିହ୍ନଟ କରି ପ୍ରତିବର୍ଷ ସେଥିରୁ କିପରି ରାଜସ୍ୱ ସଂଗ୍ରହ କରାଯାଇପାରିବ ସେଥିନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ମନ୍ଦିର ପରିସରରେ ଆରଏମସି ଦ୍ୱାରା ଏକ ଭୋଗ ମଣ୍ଡପ ନିର୍ମାଣ କରିବାକୁ ଉପ ଜିଲ୍ଲାପାଳ ଘୋଷଣା କରିଥିଲେ । ଏଥିସହ ରଥକାଠ ଭଣ୍ଡାର, ଆବଶ୍ୟକ ମରାମତି ଓ ମନ୍ଦିରର ରାଙ୍ଗକାର୍ଯ୍ୟ କିପରି କରାଯିବ ସେନେଇ ଆଲୋଚନା କରିଥିଲେ । ଏହି ଆଲୋଚନା ରେ କମିଟି ସଦସ୍ୟ ଧିରେନ ଦାସ, ସତ୍ୟବାନ କର, ତ୍ରିଲୋଚନ କର, ଧୀରେଜ ଚାୱାଡା, ସୁଶାନ୍ତ ମାହାନ୍ତ ସାହୁ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

13 − twelve =