ଶ୍ରାଦ୍ଧ ବାର୍ଷୀକରେ ଚାରା ରୋପଣ ଓ ମାକ୍ସ, ସାନିଟାଇଜର ବଣ୍ଟନ

ବାଲିକୁଦା ; ମା’ଙ୍କ ପ୍ରଥମ ଶ୍ରାଦ୍ଧତ୍ସବରେ ଭୋଜିବାତ ନ କରି ଚାରା ରୋପଣ କରିବା ସହିତ ମାକ୍ସ ଓ ସାନିଟାଇଜର ବାଣ୍ଟିଛନ୍ତି ପୁଅ । ଏଭଳି ଏକ ସଚେତନତା ବହନ କରୁଥିବା କାର୍ଯୟ ଦେଖିବାକୁ ମିଳିଛି ନହରଣା ପଞ୍ଚାୟତ ବଇରଖ ଗାଁରେ । ଗାଁର ସ୍ୱର୍ଗତା ଝରଣା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ତାଙ୍କ ପୁଅ ଅଜୟ ଜେନା ଚାରା ରୋପଣ କରି ପରିବେଶକୁ ପ୍ରଦ୍ୟୁଷଣ ମୁକ୍ତ କରିବାକୁ ଚେଷ୍ଟା କରିଥିବା ବେଳେ କରୋନା ପାଇଁ ଗାଁର କେତେକ ବୟସ୍କ ବ୍ୟକ୍ତିଙ୍କୁ ମାକ୍ସ, ସାନିଟାଇଜର ଓ ବିସ୍କୁଟ ମଧ୍ୟ ବଣ୍ଟନ କରିଛନ୍ତି । ‘କରୋନା’ ସଂକ୍ରମଣ ଆଶଙ୍କା କରି ଓ ସରକାରଙ୍କ ନିର୍ଦେଶ ପାଳନ କରି ନିଜ ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷୀକକୁ ନିରାଡମ୍ବରରେ ପାଳନ କରିଛନ୍ତି ଶ୍ରୀ ଜେନା । ଭୋଜି ଭାତ ଠାରୁ ଦୂରରେ ରହି ଓ ଜନ ଗହଳିକୁ ଆଡେଇ ନିଜ ମା’ ସ୍ୱର୍ଗତା ଜେନାଙ୍କ ଉଦେଶ୍ୟରେ ଚାରା ରୋପଣ କରି ସମାଜକୁ ଭିନ୍ବାର୍ତ୍ତା ଦେଇଛନ୍ତି ଜେନାଙ୍କ ପରିବାର ।

Leave A Reply

Your email address will not be published.

four × 2 =