ପାକିସ୍ତାନ-ଇସଲାମବାଦରେ ନିର୍ମାଣ ହେବ ହିନ୍ଦୁମନ୍ଦିର । ପାକିସ୍ତାନର ଲୋକମାନେ ଏହାକୁ ବିରୋଧ କରଥିବା ବେଳେ ଖାଏବର ପକତୁନଖ୍ୱା ବିଧାନ ସଭାର ଜଣେ ମନ୍ତ୍ରୀ ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି କହିଛନ୍ତି । ପାକିସ୍ତାନ ସରକାର ପ୍ରଥମ ଥର ପାଇଁ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୨୦ ହଜାର ବର୍ଗଫୁଟ ଜମି ଯୋଗାଇ ଦେଇଛନ୍ତି । ପୂର୍ବରୁ ଇସଲାମବାଦରେ କୃଷ୍ଣମନ୍ଦିର ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁରୀ ମିଳିଛି । ପାକିସ୍ତାନରେ ଅଳ୍ପସଂଖ୍ୟକ ଲୋକଙ୍କୁ ସମାନ ଆଇନଗତ ସୁବିଧା ଯୋଗଇ ଦିଆଯାଇଛି । ଯେଉଁମାନେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।