ରାଜଧାନୀକୁ ପଶିବା ମନା

ଭୁବନେଶ୍ୱର: ୪ଟି ଜିଲ୍ଲାକୁ ୧୪ ଦିନ ଲକ୍ଡାଉନ୍ ଘୋଷଣା କରାଯିବା ପରେ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ଯେ ପୂର୍ବ ଅପେକ୍ଷା ଏଥର ଳକ୍ଡାଉନ୍କୁ ଟିକେ ଅଧିକ କଡ଼ାକଡ଼ି କରାଯିବ । ହସ୍ପିଟାଲ୍ ସମସ୍ୟାକୁ ଛାଡ଼ି ଦେଲେ ସହର ଭିତରକୁ କାହାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଲକ୍ଡାଉନ୍ରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଜର ପରିଚୟପତ୍ର ଦେଖାଇ ଯିବାଆସିବା କରିପାରିବେ । ମେଡିସିନ ଦୋକାନୀ ଡ୍ରଗ ଲାଇସେନ୍ସ ଦେଖାଇପାରିବେ । ଅନ୍ୟମାନେ ନୂଆ ପାସ୍ ପାଇଁ ତାଙ୍କ ସଂସ୍ଥା ଜରିଆରେ ଯୋଗାଯୋଗ କରିବେ ଏବଂ ପୁରୁଣା ପାସ୍ ଚଳିବ ନାହିଁ ବୋଲି କମିଶନର ସ୍ପଷ୍ଟ କରିଛନ୍ତି । କମିଶନର ଶ୍ରୀ ଷଡଙ୍ଗୀ କହିଛନ୍ତି, ଅତି ଜରୁରି କାମ ନଥିଲେ, କେହି ଘରୁ ବାହାରନ୍ତୁ ନାହିଁ । ସଉଦ୍ୟ କିମ୍ବା ପରିବା ଆଣିବାକୁ ଚାଲି ଚାଲି ଯାଆନ୍ତୁ । ସବୁ ବେଳେ ପାଖ ଦୋକାନୀ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ । ବ୍ୟାଙ୍କରେ ମାତ୍ର ୨୫ ପ୍ରତିଶତ କର୍ମଚାରୀ କାମ କରିବେ । ଗରମାଧ୍ୟମ ଓ ଅନ୍ୟ ଜରୁରୀକାଳନ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ କିଛି କଟକଣା ରହିଛି । ଏ ସବୁ ସଂସ୍ଥାର ମୁଖ୍ୟମାନେ କର୍ମଚାରୀଙ୍କ ନାମ, ମୋବାଇଲ୍ ନମ୍ବର ଓ ଗାଡି ନମ୍ବର ଲେଖି ଏକ ଚିଠି କମିଶନରେଟ୍ ପୋଲିସ ମୁଖ୍ୟାଳୟ ନ ହେଲେ ଡିସିପି ଅଫିସ୍ର ଲାଇସେନ୍ସ ସେଲ୍କୁ ପଠାଇବେ । ଉକ୍ତ ଚିଠିକୁ ଅନୁମତି ମିଳିବା ପରେ ଏହାର ନଜର କର୍ମଚାରୀକୁ ଦିଆଯିବ । ସେଥିରେ ଯେଉଁ କର୍ମଚାରୀଙ୍କ ନାମ ଥିବ ସେମାନେ ନିଜର ପରିଚୟପତ୍ର ଧରି ବାହାରକୁ ଯାଇପାରିବେ । ପୋଲିସ ଚେକିଂ ସମୟରେ ପରିଚୟ ପତ୍ର ଓ ଚିଠିର କପି ଦେଖାଇ ପାରିବେ । ପୁରୁଣା ପାସ୍ ଦେଖାଇ ଯିବାକୁ ଚାହିଁଲେ କାର୍ଯ୍ୟାନୁଷ୍ଠାନ ହେବ । ତା’ ଛଡା ନୂଆ ପାସ୍ ନେଇଥିବା କର୍ମଚାରୀ କେବଳ ସେମାନଙ୍କ ଅଫିସକୁ ଯିବା ଆସିବା କରିପାରିବେ । ଉକ୍ତ ପାସ୍ ନେଇ ସେମାନେ ଅନ୍ୟ କୁଆଡେ ବୁଲି ପାରିବେ ନାହିଁ । ପାସ୍ର ଅପବ୍ୟବହାର କରି ଧରାପଡିଲେ ଗାଡି ଜବତ ହେବା ସହିତ ତଣ୍ଡ ଗଣିବେ ।

Leave A Reply

Your email address will not be published.

19 − seven =