୧୪ ଯାଏ ସ୍କୁଲରେ ନାମଲେଖା

ଭୁବନେଶ୍ୱର: ସରକାର ସ୍କୁଲରେ ପିଲାଙ୍କ ନାମଲେଖା ଆସନ୍ତା ଅଗଷ୍ଟ ୧୪ ତାରିଖ ଯାଏ ଜାରି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡିପିସିଙ୍କୁ ନିର୍ଦେଶ ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ସବୁ ସରକାରୀ ସ୍କୁଲରେ ନାମଲେଖା ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବ ନିର୍ଦେଶ ଅନୁସାରେ ନାମଲେଖା ଗତ ୧୫ ତାରିଖ ଯାଏ ହୋଇଥାାନ୍ତା । କରୋନା ଯୋଗୁଁ ଏହି ପ୍ରକ୍ରିୟା ପ୍ରଭାବିତ ହୋଇଥିବାରୁ ଏହାକୁ ଆସନ୍ତା ଅଗଷ୍ଟ ୧୪ ଯାଏ ଚାଲୁ ରଖିବାକୁ ନିଷ୍ପତି ହୋଇଛି ।

Leave A Reply

Your email address will not be published.

5 × 2 =