ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣା: ୬ମୃତ, ୪୦ଆହତ

ଲକ୍ଷ୍ନୌ : ଉତରପ୍ରଦେଶ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଲା ଯାତ୍ରୀବାହୀ ବସ୍ । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ରବିବାର ସକାଳେ

ବିହାରର ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ ଆଗ୍ରା- ଲଖନଉ ଏକ୍ସପ୍ରେସୱେରେ ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ଭାରସାମ୍ୟ ହରାଇ ବସ୍ ୨୦ ଫୁଟ ତଳକୁ ଖସିପଡିଥିଲା ।

ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଅରମ୍ଭ କରିଥିଲେ । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ୪୦ଜଣଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଏଣୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରୁଛି ପୋଲିସ ।

Leave A Reply

Your email address will not be published.

4 × 3 =