ବିଞ୍ଝାରପୁର : ପୁଣି ୨ଙ୍କୁ କରୋନା, ଅମାନିଆଙ୍କଠୁ ଫାଇନ ଆଦାୟ

ବିଞ୍ଝାରପୁର : ବିଞ୍ଝାରପୁରରେ ଦିନକୁ ଦିନ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଛି ଦିନ ପୂର୍ବରୁ ପୁଲିସ କର୍ମଚାରୀ (ଗଗୃହରକ୍ଷୀ) କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉଜଣେ କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ୩୫ ବର୍ଷିୟା ନର୍ସ କରୋନା ସଙ୍କ୍ରମିତ ହୋଇଥିବା ଜଣାପଡିଛି । ଏହା ସହିତ ଓଳେଇ ଚନ୍ଦନପୁର ପଞ୍ଚାୟତର ୫୪ ବର୍ଷିୟ ତେଲେଙ୍ଗାନା ଫେରନ୍ତା ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଞ୍ଝାରପୁରର ବହୁ ବରିଷ୍ଠ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ମାନେ ସଙ୍କ୍ରମିତ ହୋଇଥିବା ନର୍ସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନର୍ସଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଆଜି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରର ମେଡିକାଲ କ୍ୱାଟର୍ସ ଏରିୟାକୁ କଂଟେନମେଂଟ ଜୋନ ଘୋଷଣା ପାଇଁ ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ ଜିଲ୍ଲାପ୍ରଶାସନକୁ ସୁପାରିସ କରିଛନ୍ତି ।

ଅନ୍ୟ ପକ୍ଷରେ ଆଜି ଲକଡାଉନକୁ ବିଞ୍ଝାରପୁରରେ କଡାକଡି ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ସକାଳୁ ବିଞ୍ଝାରପୁର ଥାନା ଆଇଆଇସି ଶିବ ଚରଣ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରାଯାଇଥିଲା । ପୁଲିସ ଆଜି ଅମାନିଆଙ୍କ ଠାରୁ ୫ ହଜାର ଟଙ୍କା ଫାଇନ ଆଦାୟ କରିଥିଭା ବେଳେ ୩ଟି ମଟର ସାଇକେଲକୁ ଜବତ କରିଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସେହିପରି ତହସିଲଦାର ଶ୍ରୀମତୀ ଦାସ ମଧ୍ୟ ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରିବା ସହିତ ଅମାନିଆଙ୍କ ଠାରୁ ୧୨ଶହ ଟଙ୍କାର ଫାଇନ ଆଦାୟ କରିଛନ୍ତି ଯାଜପୁର ଏସପି ଚରଣ ସିଂହ ମୀନା ମଧ୍ୟ ଆଜି ବିଞ୍ଝାରପୁର ଗସ୍ତରେ ଆସି ସ୍ଥିତି ସମିକ୍ଷା କରିଛନ୍ତି । ଏସପି ଶ୍ରୀ ମୀନା ବିଭିନ୍ନ ଛକ ବଜାରରେ ଚଢାଉ କରିବା ସହିତ ଅମାନିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ସମୟରେ ସଚେତନତା ହିଁ ଏକମାତ୍ର ମଧ୍ୟମ ହେବ କରୋନା ଯୁଦ୍ଧରେ ବିଜୟ ପାଇଁ । ତେଣୁ ଲୋକେ ସର୍ବଦା ସଚେତନ ରହିବା ସହିତ ଅତ୍ୟାବଶ୍ୟକ କାର୍ଯ୍ୟରେ ଘରୁ ବାହାରିବା ବେଳେ ମୁଁହରେ ମାକ୍ସ ଲଗାଇବା ସହିତ ବାରମ୍ବାର ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ ଏସପି ଶ୍ରୀ ମୀନା ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

nineteen − 2 =