ଜମି ବିବାଦ: ବାପ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱର : ଜମି ବିବାଦକୁ କେନ୍ଦ୍ରକରି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନସ୍ଥ ନିଶ୍ଚିନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା । ନିଶ୍ଚିନ୍ତପୁର ଗ୍ରାମର ଇଶ୍ୱର ବେହେରା ଓ ତାଙ୍କ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ମିଳିଥିବା ସୂଚନା ଅନୁଯାଇ ଇଶ୍ୱର ବେହେରାଙ୍କ ସହ ତାଙ୍କ ପଡେ଼ାଶୀଙ୍କର ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା । ସକାଳ ପ୍ରାୟ ୯ଟା ବେଳେ ବାପ ପୁଅ ଦୁହେଁ ହିଡ଼ କାମ କରୁଥିବା ବେଳେ ପଡେ଼ାଶୀ ଲୋକ ସେଠାରେ ପହଂଚିଥିଲେ ଓ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେବା ପରେ ଇଶ୍ୱର ବେହେରା ଓ ତାଙ୍କ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ତେବେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ବାପ ପୁଅଙ୍କୁ ଘଟଣା ସ୍ଥଳରୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନା ଓ ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନରନ୍ତରଣ କରାଯାଇଥିଲା ।

Leave A Reply

Your email address will not be published.

2 × four =