ଭିମସାର ଆଉଟଡୋର ୨୬ ଯାଏଁ ବନ୍ଦ

ସମ୍ବଲପୁର : କରୋନାର ଆଖି ଏବେ ବୁର୍ଲା ବଡ଼ ଡାକ୍ତରଖାନା ଉପରେ । ଭିମସାର ଡାକ୍ତର ଓ ନର୍ସ ସମେତ ୧୯ ଜଣଙ୍କୁ କୋରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଏହି ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିପାଇଁ ପ୍ରଶାସନ ପକ୍ଷରୁ ୧୯ ତାରିଖ ପର୍ଯ୍ୟନ୍ତ ଆଉଟ୍ଡୋରକୁ ବନ୍ଦ କରାଯାଇଥିଲା । ସେଥିପାଇଁ ଏହାକୁ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସୂଚନା ମୁତାବକ ୨୬ ତାରରିଖ ଯାଏଁ ଆଉଟ୍ଡୋର ବନ୍ଦ ରହିବ ଓ ଅଣଜରୁରୀକାଳୀନ ରୋଗୀରଙ୍କୁ ଭର୍ତି କରାଯିବ ନାହିଁ । କେବଳ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଓ କାଜୁଆଲିଟି ଖୋଲା ରହିଛି । ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଥିବା ରୋଗୀଙ୍କୁ ଭର୍ତି କରାଯିବ । ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଓ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ବୁର୍ଲା ମେଡିକାଲରେ ଚିକିତ୍ସା ସେବା ଏଭଳି ଅଚଳ ହେବା ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.

seventeen − 17 =