ବିଳମ୍ବ ହେବ +୨ ପରୀକ୍ଷାଫଳ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ଯୁକ୍ତ ଦୁଇ ଫଳ ବାହାରିବାରେ ବିଳମ୍ବ ହେବ । ସିବିଏସ୍ଇ ଓ ଆଇସିଏ୍ଇ ଠିକ୍ ସମୟରେ ଫଳ ବାହାର କରିଥିବା ବେଳେ ସିଏଚ୍ଏସ୍ଇ କର୍ତୃପକ୍ଷ କିନ୍ତୁ କରୋନା ସଂକ୍ରମଣ ନେଇ ସରକାର ଜାରି କରିଥିବା ବିଭିନ୍ନ କଟକଣାକୁ ଆଳ କରି ମୂଲ୍ୟାୟନରେ ବିଳମ୍ଭ ହେଉଥିବା ସଫେଇ ଦେଇଛନ୍ତି । ଏ ବାବଦରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, ଏସ୍ପି ଓ କଟକ-ଭୁବନେଶ୍ୱର ଡିସିପିଙ୍କୁ ସଟ୍ଡାଉନ୍ ସମୟରେ ଖାତା ଦେଖିବାକୁ ଚିଠି ଳେଖିଥିଲେ । ହେଲେ ଏବେ ୪ଟି ଜିଲ୍ଳା ଲକ୍ଡାଉନ୍ ହୋଇଛି । ଏହି ୪ଟି ଜିଲ୍ଲାପାଳ ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି । ଏହି ଜିଲ୍ଲାଗୁଡ଼ିକ ଜିଲ୍ଲାପାଳ ଅବସ୍ଥାକୁ ଦେଖି ବିଚାର କରିବେ । ବର୍ତମାନ ଚାଲିଥିବାା ଲକ୍ଡାଉନ୍ ଓ ସଟ୍ଡାଉନ୍ ଉପରେ ଖାତାଦେଖା ନିର୍ଭର କରୁଛି । ଏଯାଏଁ ଯେହେତୁ ଖାତା ଦେଖା ସରିନି, ତେଣୁ ଫଳ ବାହାରିବା ନେଇ ନିର୍ଦ୍ଧିଷ୍ଟ ତାରିଖ କହି ହେଉନି । ଲକ୍ହାଉନ୍ ଭିତରେ କେତେ ଖାତା ଦେଖା ହୋଇପାରିବ କି ନାହିଁ ତାହା ଜିଲ୍ଲା ପ୍ରଶାସନ ନିଷ୍ପତି ନେବେ । ତା’ପରେ ଫଳ କଥା କହିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Leave A Reply

Your email address will not be published.

nine − 8 =