ନେତାଜୀ କ୍ଲବ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସିମାକୁ ଲାଗି ହିନ୍ଦୋଳ ବ୍ଲକ ସଂଜପଡା ପଂଚାୟତର ଆମନା-ଚଷା ଘୁଡୁଘୁଡା ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେତାଜୀ କ୍ଲବ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ସହାୟତାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଗ୍ରାମବାସୀଙ୍କ ନିଜସ୍ୱ ପ୍ରଚେଷ୍ଟାରେ ନୂତନ ଭାବେ ନିର୍ମିତ ରାସ୍ତାର ପାଶ୍ୱର୍ରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ବିଧାନସଭାର ଉପବାଚ୍ଚସ୍ପତି ରଜନୀକାନ୍ତ ସିଂହ ପ୍ରଥମେ ବଉଳ ଚାରା ରୋପଣ କରି ସମସ୍ତ ଉପସ୍ଥିତ ଜନସାଧାରଣଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲୋ ବୃକ୍ଷରୋପଣ ପରେ ସାମାଜିକ ଦୂରତ୍ୱ ମଧ୍ୟରେ ବୃକ୍ଷହିଁ ଜୀବନ, ବୃକ୍ଷ ରୋପଣ ଭଳି ଏକ ମହାନ କାର୍ଯ୍ୟ ନେତାଜୀ କ୍ଲବ ଆୟୋଜନ କରିଥିବାରୁ ସମସ୍ତ ସଭ୍ୟ ତଥା ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ଗ୍ରାମବାସୀମାନେ ନିଜସ୍ୱ ଶ୍ରମ ଦାନ କରି ଏଭଳି ରାସ୍ତାଟିଏ ନିର୍ମାଣ କରିଛନ୍ତି, ସେଥିପାଇଁ ସାଧୁବାଦ ଜଣାଇଭା ସହ ରାସ୍ତାଟିକୁ ପୂର୍ଣ୍ଣାଙ୍ଗ କରିବାପାଇଁ ଚେଷ୍ଟା କରିବାକୁ ପ୍ରତିଶୃତି ପ୍ରଦାନ କରିଥଲୋ ବଉଳିଗଡଠାରୁ ଆମନା ପଣସବନ୍ଧ ପର୍ଯ୍ୟନ୍ତ ଥିବା ଅସମ୍ପୁର୍ଣ୍ଣ ରାସ୍ତାଟିକୁ ଯୁଦ୍ଧକାଳିନ ଭିତିରେ କାର୍ଯ୍ୟ ସଂପର୍ଣ୍ଣ କରିବାକୁ ଉପବାଚସ୍ପତି ପ୍ରତିଶୃତି ଦେଇଥିଲୋ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବାଉରୀବନ୍ଧୁ ସାହୁ, ଗଡସନ୍ତ୍ରୀ ଗ୍ରାମର ସମାଜସେବୀ ପତିତ ପାବନ ମାଝି, ସଂଜପଡା ସରପଂଚ ଶୀବରାମ ପଟ୍ଟନାୟକ, ଆଡଭୋକେଟ ଅକ୍ଷୟ ସାହୁ, ଶୁସାନ୍ତ ନାଥ ପ୍ରମୁଖ ମଂଚାସୀନ ଥିଲେ, ଆଡଭୋକେଟ ଗୋପାଳ ନାଥ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ନାଥ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.

1 × one =