ଭୂମି ପୂଜନରେ ଯୋଗଦେବେ ୨୫୦ ଅତିଥି

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ୫ ତାରିଖରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ଜଣ ଅତିଥି ଯୋଗ ଦେବାର ସୂଚନା ମିଳିଛି । ରାମ ମନ୍ଦିର ନିର୍ମାଣ କରିବା ପାଇଁ ସଂଘର୍ଷ କରିଥିବା ବରିଷ୍ଟ ନାଗରିକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ରାଷ୍ଟୀୟ ସ୍ୱୟଂ ସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଟ ସଦସ୍ୟମାନଙ୍କୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯିବ । ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ତଥା ସାମାଜିକ ଦୂରତାକୁ ରକ୍ଷା କରି ଭୂମିପୂଜନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଗଷ୍ଟ ୫ରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି । ତାଙ୍କ ସହ କିଛି ବରିଷ୍ଟ କେନ୍ଦ୍ର ମନ୍ତ୍ରୀ ଓ ଉତର ପ୍ରଦେଶର ସରକାରଙ୍କ କିଛି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

Leave A Reply

Your email address will not be published.

5 × 3 =