କଟକ- କଟକରୁ ଚିହ୍ନଟ ହେଲେ ନୂଆ ୧୬ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୬ ଜଣ  ସରକାରୀ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮ ଜଣ ହୋମ  କ୍ୱାରେଂଟାଇନ ଓ  ୨ ଲୋକାଲ କେସ ରହିଛି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକରେ ସଂକ୍ରମିତଙ୍କ ସଂଖ୍ୟା ୩୬୬ରେ ପଂହଚିଥିବା ବେଳେ ୨୧୭ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି ।