କଟକ: କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ୪ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିଛନ୍ତି । ଆଜି କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନେ ପ୍ଲାଜମା ଦାନ କରିଛନ୍ତି ।
ମହାମାରୀ କରୋନା ଯନ୍ତ୍ରଣାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ଏପରି ସମୟରେ ନୂଆ ଆଶା ସଞ୍ଚାର କରିଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା ରାଜ୍ୟରେ କିଛି ଗୁରୁତର ରୋଗୀ ସୁସ୍ଥ ହେଉଥିବା ବେଳେ ଏହା କରୋନା ବିରୋଧୀ ଲଢେଇରେ ଉପାଦେୟ ଅସ୍ତ୍ର ହେବ ।
କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅପିଲ୍ କରିଛନ୍ତି । ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଦ୍ୱାରା ଉତ୍ସାହଜନକ ଫଳାଫଳ ମିଳୁଛି । ତେଣୁ ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, କୋଲକାତାର ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟେରେ ସାମିଲ ହୋଇ ବହୁ ଏନଡିଆରଏଫ ଯବାନ କରୋନାରେ ଆକ୍୍ରାନ୍ତ ହୋଇଥିଲେ ।