ଗଜପତି: ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ ହୋଇଛି । କରୁଣାକର କୋଭିଡ ହସ୍ପିଟାଲ ଓ କେୟାର ସେଂଟର ପରିଚାଳନା ଦାୟିତ୍ୱରେ ଥିଲେ । କିଛି ଦିନ ତଳେ ସେ ଅସୁସ୍ଥ ଥିଲେ । ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା , ଆଜି ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ରାଇକାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି । ତେବେ ତାଙ୍କ ମୃତ୍ୟୁୁକୁ ନେଇ ନାନାପ୍ରକାରର କଳ୍ପନାଜଳ୍ପନା ଲାଗିରହିଛି । କରୋନା ରିର୍ପୋଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।