ଶୁଭାରମ୍ଭ ହେଲା ଟେଲିମେଡିସିନ୍ ସେବା

ଭଦ୍ରକ: ଭଦ୍ରକ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଟେଲିମେଡିସିନ୍ ସେବାର ଶୁଭାରମ୍ଭ ହୋଇଛି । କରୋନା ମହାମାରୀ ଭଳି ସମୟରେ ଲୋକଙ୍କୁ ଘରେ ବସି ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣରୁ ନିୟନ୍ତ୍ରଣ ରଖିବା ଏଭଳି ସେବାର ଆରମ୍ବ ହୋଇଛି । ଏଥିପାଇଁ ଡାକ୍ତରଖାନା ପକ୍ଷରୁ ୭୬୫୫୦୫୦୮୬୭ , ୭୬୫୫୦୫୦୮୬୮ ଦୁଇଟି ମୋବାଇଲ୍ ନମ୍ବର ଜିଲ୍ଲାବାସୀଙ୍କ ପାଇଁ ଜାରି କରାଯାଇଛି । ଏହି ନମ୍ବର ମାଧ୍ୟମରେ ଲୋକମାନେ ଫୋନ କରି ରୋଗ ଜଣାଇ ଔଷଧର ନାମ ଓ ଆବଶ୍ୟକ ପରାମର୍ଶ ନେଇପାରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

20 − 19 =