କାନ୍ଥକୁ ପେଲିଦେଲେ ମାଙ୍କଡ ଦଳ: ୫ମୃତ

ଲକ୍ଷ୍ନୌ: ମାଙ୍କଡ ଦଳ ଗୋଟିଏ ଇଟା କାନ୍ଥକୁ ପେଲିଦେବାରୁ ତା’ ତଳେ ଚାପି ହୋଇ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୟୁପିର ଶାହାଜାନପୁର ଜିଲ୍ଲାରେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘରର ପଙ୍ଖା ଖରାପ ହୋଇଯାଇଥିବାରୁ ଉକ୍ତ ପରିବାରର କିଛି ସଦସ୍ୟ ଘର ବାହାରେ ଥିବା ଏକ ଖୋଲା ସ୍ଥାନରେ ଶୋଇଥିଲେ । ଏହି ସମୟରେ କିଛି ମାଙ୍କଡ ଇଟା କାନ୍ଥ ଉପରେ ଏଭଳି ଉତ୍ପାତ କରିଥିଲେ ଯେ କାନ୍ଥ ଭୁଶୁଡି ପଡିଥିଲା । ଏହା ଯୋଗୁଁ ପରିବାରର ଜଣେ ମହିଳାଙ୍କ ସମେତ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ନୌ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.

16 − one =