୨୦୩୦ ମସିହା ସୁଦ୍ଧା ଉତର ପୂର୍ବ ରାଜ୍ୟର ରାଜଧାନୀକୁ ରେଳ ସଂଯୋଗ: ଭାରତୀୟ ରେଳବାଇ


ନୂଆଦିଲ୍ଲୀ- ଭାରତୀୟ ରେଳବାଇ ୨୦୩୦ ମସିହା ସୁଦ୍ଧା ଉତର ପୂର୍ବ ରାଜ୍ୟର ରାଜଧାନୀକୁ ରେଳ ନେଟୱାର୍କ ଦ୍ୱାରା ସଂଯୋଗ କରିବା ପାଇଁ ନିଷ୍ପତି ନେଇଛି । ଏ ସମ୍ପର୍କରେ ରେଲୱେ ବୋର୍ଡ ମୁଖ୍ୟ ବିନୋଦ କୁମାର ୟାଦଭ କହିଛନ୍ତି । ସକିିମ ବ୍ୟତିତ ଅନ୍ୟ ସମସ୍ତ ଉତର ପୂର୍ବ ରାଜ୍ୟର ରାଜଧାନୀକୁୁ ରେଳ ସଂଯୋଗ ହୋଇସାରିଛି । ଆସାମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ପୂୂର୍ବରୁ ରେଳ ସଂଯୋଗ ହୋଇସାରିଛି । ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ ରେଳ ସଂଯୋଗ କରିବା ପାଇଁ କାମ ଚାଲିଛି । ମଣିପୁରରେ ମାର୍ଚ୍ଚ ୨୦୨୨, ମିଜୋରାମ ୨୦୨୩, ନାଗାଲାଣ୍ଡ ୨୦୨୩, ମେଘାଳୟ ମାର୍ଚ୍ଚ ୨୦୨୨, ସିକିିମରେ ଡିସେମ୍ବର ୨୦୨୨ ରେ ରେଳ ନେଟୱର୍କଙ୍ଗ କରାଯିବ ବୋଲି ୟାଦଭ କହିଛନ୍ତି । ଗତ ୫ବର୍ଷ ହେଲା ଭାତୀୟ ରେଳ ଯେଉଁ ଲକ୍ଷ ରଖି କାମ ଆରମ୍ଭ କରିଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଯାଦବ କହିଛନ୍ତି ।

Leave A Reply

Your email address will not be published.

two × 5 =