ଭୁବନେଶ୍ୱରରେ କମୁଛି ସଂକ୍ରମଣ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ ଜାରୀ ପରେ ଏବେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଖୋର୍ଦ୍ଧା ଜିଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ୨୧ ପଜିଟିଭ ଚିହ୍ନଟ ରହିଛନ୍ତି । ସେଥିରୁ ୧୬ ଜଣ କ୍ୱାରେଂଟାଇନ ସେଂଟରରୁ ଚିହ୍ନଟ ହୋଇଥିବାବେଳେ ୫ଜଣ ସ୍ଥାନୀୟ ଅଞ୍ଚଳର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ ୪୮ ବର୍ଷୀୟା ମହିଳା, କୋଳଥିଆର ଜଣେ ୮୧ ବର୍ଷୀୟ ବୃଦ୍ଧ, ଏକ ଘରୋଇ ହସ୍ପିଟାଲର ଜଣେ ୪୬ ବର୍ଷୀୟ କର୍ମଚାରୀ, ଚନ୍ଦକାସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ନିକଟରୁ ଏକ ପରିବାରର ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ୩୫ ବର୍ଷୀୟା ମହିଳା , ନୟାପଲ୍ଲୀ ବେହେରା ସାହି ୨୮ ବର୍ଷର ମହିଳା, ସରଧାପଲ୍ଲୀ ବସ୍ତି ୩୩ ବର୍ଷୀୟ ପୁରୁଷ, ବରଗଡ ବିଟ୍କଲୋନୀ ୩୮ ବର୍ଷର ପୁରୁଷ, ଘରୋଇ ହସ୍ପିଟାଲରେ ଜଣେ ୨୬ ବର୍ଷୀୟା କର୍ମଚାରୀ, ରସୁଲଗଡ ଜିଜିପି କଲୋନୀରୁ ୨୬ ବର୍ଷ ଓ ୪୫ ବର୍ଷର ପୁରୁଷ, ଏକ କୋଳଥିଆ ଘରୋଇ ହସ୍ପିଟାଲରେ କାମ କରୁଥିବା ୩୨ ବର୍ଷର ମହିଳା କର୍ମଚାରୀ, କଳିଙ୍ଗନଗର କେ-୮ରୁ ୨୪ ବର୍ଷର ମହିଳା ଓ ତାଙ୍କ ପରିବାରର ପୁତ୍ର, ୟୁନିଟ୍-୬ରୁ ୩୧ ବର୍ଷର ପୁରୁଷ, ଆଇଆରସି ଭିଲେଜ୍ ଏନ୍-୩ରୁ ୫୧ ବର୍ଷର ପୁରୁଷ, ନିୟୁ ଫରେଷ୍ଟ ପାର୍କରୁ ୩୮ବର୍ଷ ଓ ୧୩ ବର୍ଷର ମହିଳା ଓ ଏକ ଘରୋଇ ହସ୍ପିଟାଲରେ କାମକରୁଥିବା କର୍ମଚାରୀ ୫୫ ବର୍ଷାର ପୁରୁଷ, ୨୯ ବର୍ଷର ପୁରୁଷ ଓ ୨୩ ବର୍ଷର ପୁରୁଷ ରହିଛନ୍ତି ।

Leave A Reply

Your email address will not be published.

seven + 14 =