ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି


ଭୁବନେଶ୍ୱରେ- ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ । ମୃତକଙ୍କ ମଧ୍ୟରୁ ୩ଜଣ ଗଞ୍ଜାମରୁ ହୋଇଥିବା ବେଳ ଗଜପତି ଓ କଳାହାଣ୍ଡିରୁ ଜଣେ ଲେଖାଏଁ ରହିଛନ୍ତି । ଗଜପତିର ୭୨ ବର୍ଷୀୟ ବୃଦ୍ଧ ପୂର୍ବରୁ ଉଚ୍ଚରକ୍ତ ଚାପ ଓ ଡାଇବେଟିସ ରୋଗରେ ପୀଡିତ ଥିଲେ । କଳାହାଣ୍ଡିର ୮୬ ବର୍ଷୀୟ ବୃଦ୍ଧ ଉଚ୍ଚରକ୍ତ ଚାପରେ ପୀଡିତ ଥିଲେ । ସେହିପରି ଗଞ୍ଜାମର ୪୦ ବର୍ଷୀୟ ମହିଳା ଡାଇବେଟିସ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ । ୬୧ ବର୍ଷୀୟ ବୃଦ୍ଧ ଉଚ୍ଚରକ୍ତଚାପରେ ପୀଡିତଥିଲେ । ୬୦ ବର୍ଷୀୟ ପୁରୁଷ ପୂର୍ବରୁ ଡାଇବେଟିସ ଓ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

two + 2 =