ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ଓଡିଶାର ୪ ସଦସ୍ୟ


ଭୁବନେଶ୍ୱର- ଓଡିଶାର ୪ ସଦସ୍ୟ ରାଜ୍ୟସଭାର ନୂଆ ସାଂସଦ ଭାବେ ଶପଥ ନେଇଛନ୍ତି । ମୁନାଖାଁ, ମମତା ମହାନ୍ତ, ସୁବାଷ ସିଂ ଓ ସୁଜିତ୍ କୁମାରଙ୍କ ବ୍ୟତିତ ଅନ୍ୟ ୩୯ ସାଂସଦ ଶପଥ ପାଠ କରିଛନ୍ତି । କରୋନା ଭୟାବହତାକୁ ନେଇ ସଂସଦ ଅଧିବେଶନ ବନ୍ଦ ଥିବାରୁ ରାଜ୍ୟ ସଭାର ଅଧ୍ୟକ ଏମ. ଭେଙ୍କେୟା ନାୟେଡୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ହାଉସ ଚାମ୍ବରରେ ଏହି ଶପଥପାଠ କାର୍ଯ୍ୟକ୍ରମ ହୋଇଥିଲା । ମାର୍ଚ୍ଚ ୨୬ ତାରିଖ ନିର୍ବାଚନରେ ୪ ସଦସ୍ୟ ନିର୍ବାଚିତ ହୋଇଥିଲେ । କିନ୍ତୁ କରୋନା ଲକଡାଉନ ପାଇଁ ଦିଲ୍ଲୀ ଯାଇ ଶପଥ ନେଇ ପାରିନଥିଲେ ।

Leave A Reply

Your email address will not be published.

20 − 2 =